ବାଲିପାଟଣା ତା ୧୮/୧୧ : ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏକ ବିଶାଳ ଶୋଭାଯାତ୍ରାରେ ବାଲିପାଟଣା ଛକ ଠାରୁ ଆରମ୍ଭ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତାମାନେ ରାଜ୍ୟ ସରକାର ଙ୍କର ଦୀର୍ଘ ଶାସନ ସମୟରେ ବଢ଼ିଥିବା ଦୁର୍ନୀତି,ନାରୀ ନିର୍ଯାତନା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି, ଦରଦାମ ବୃଦ୍ଧି,ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଗଫଲତି ଇତ୍ୟାଦି ର ଘୋର ନିନ୍ଦା କରି ଭାଷଣ ଦେଇଥିଲେ।ବିଜେପି ନେତା ବସନ୍ତ ନାୟକ ଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ,ପୂର୍ବତନ ସଭାପତି ସୁଭାଷ ଜେନା,ମଣ୍ଡଳ ସଭାପତି ନାରାୟଣ ଖୁଣ୍ଟିଆ,ସଞ୍ଜୟ ପରିଜା,ସୁର ରାୟ, ଶିବ ମଲ୍ଲିକ,ମାଗୁଣି ସେଠୀ,ଜଗନ୍ନାଥ ବେହେରା,ମିନତି ବେହେରା,ବିନୋଦିନୀ ମିଶ୍ର,ତାପସ ଜେନା,ସିଦ୍ଧେଶ୍ୱର ନାଥ,ବିଜୟ ମହାରଣା,ଗନ୍ଧର୍ବ ପାତ୍ର,ଅଶୋକ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।