ନୂଆପଡା-୪/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ଭାରତୀୟ ଜନତା ପାର୍ଟି ରାଜ୍ୟ ବ୍ୟାପି ଆରମ୍ଭ କରିଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧୀ ଆନ୍ଦୋଳନ କ୍ରମେ ନୂଆପଡା ଜିଲ୍ଳା ର ପାଞ୍ଚ ଗୋଟି ବ୍ଲକ ରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଜୋରସୋରରେ ଆଗେଇ ଚାଲିଛି। ଆଜି ବିଜେପି ର ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଓ ମଣ୍ଡଳ ସଭାପତି ଚନ୍ଦନ ଠାକୁର ଙ୍କ ସଂଯୋଜନା ରେ କୋମନା ବ୍ଲକ ର ନୂଆଗାଁ ଓ ପଏଁର ଗ୍ରାମ ପଞ୍ଚାୟତ ରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ,ଭତ୍ତା ରୁ ବଞ୍ଚିତ ବୃଦ୍ଧ, ବୃଦ୍ଧା ଓ ବିଧବା ଙ୍କ ପାଇଁ ଭତ୍ତା ଦାବି,ରାସନ କାର୍ଡ ପାଇ ନ ଥିବା ବ୍ୟକ୍ତି ଙ୍କୁ ତୁରନ୍ତ ପ୍ରଦାନ, ପଞ୍ଚାୟତ କୁ ପ୍ରଦତ୍ତ ଅର୍ଥ ଓ କ୍ଷମତା କୁ ହରଣଚାଲ ତଥା ହସ୍ତକ୍ଷେପ କରି ଦିଆଯାଇଥିବା ପଚାଶ ଲକ୍ଷ ଟଙ୍କା କୁ ବିନା ପଲ୍ଲୀ ଓ ଗ୍ରାମ ସଭା ରେ ଖର୍ଚ୍ଚ କରି ବିଜେଡି ଠିକାଦାର ପାଳନ ପାଇଁ ଷଡଯନ୍ତ୍ର ବିରୁଦ୍ଧରେ,୨୦୧୯ ଓ ୨୦୨୧ ର ବକେୟା କୃଷି ବୀମା ପ୍ରଦାନ,ଟାଟା କମ୍ପାନୀ ର ଦୌରାତ୍ମ୍ୟ ଚଢା ବିଦ୍ୟୁତ ବିଲ,ଅବହେଳିତ ନିର୍ମାଣ ଶ୍ରମିକ ଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ହାସଲ,ଶ୍ରମିକ ଙ୍କ ବକେୟା ମନରେଗା ପାଉଣା ପ୍ରଦାନ, ମନରେଗା କାମରେ ହେଇଥିବା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ,ବସୁଧା ଯୋଜନାରେ ଜଳଯୋଗଣରେ ଅଚଳ ଓ ଅବ୍ୟବସ୍ଥା ବିରୁଦ୍ଧରେ ତଥା ପଞ୍ଚାୟତ ର ଅନ୍ୟାନ୍ୟ ପ୍ରମୁଖ ଦାବିରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଦାବି ପତ୍ର ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପ୍ରବୀଣ ଭୋଇ,ସରୋଜ ମଲ୍ଲିକ, ଯୋଗେନ୍ଦ୍ର କରୁଆ,ଦିଗାମ୍ବର ଦୀପ,ରଞ୍ଜିତ ଦଣ୍ଡସେନା, କାର୍ତ୍ତିକ ନିଆଲ, ଇନ୍ଦ୍ର ସୁନା,ତୁଳସୀ କଟା,ନବୀନ ଛତ୍ରୀଆ,କେଶୁରାମ ସାହୁ,ଦେବାନନ୍ଦ ଖମାରି, ପାରେଶ୍ଵର ଖମାରି,ଧନୁର୍ଜୟ ଶବର,କୃଷ୍ଣ ଚନ୍ଦ୍ର ଶବର,ଜୟଦେବ ହଂସ,ମନଧର ବିଶ୍ୱାଳ,କେଶବ ହଂସ,ରାମେଶ୍ୱର ଶବର, ପ୍ରମୁଖଙ୍କ ସମେତ ଶତାଧିକ ଜନ ସାଧାରଣ ଉଭୟ ନୂଆଗାଁ ଓ ପଏଁର ଗ୍ରାମ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।