ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ବ୍ରହ୍ମପୁର ବିଧାନସଭାରେ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ବିଜେପି ଗାନ୍ଧୀ ନଗର ମଣ୍ଡଳ ସଭାପତି ଭାବେ ଆଡ଼ଭୋକେଟ ପ୍ରଫୁଲ୍ଲ ପାଣିଗ୍ରାହୀ ଏବଂ ଗେଟ୍ ବଜାର ମଣ୍ଡଳ ସଭାପତି ଭାବେ ଧର୍ମରାଜ ପାଣିଗ୍ରାହୀଙ୍କ ନାମ ଘୋଷଣା କରିଛନ୍ତି । ଉଭୟ ପ୍ରଫୁଲ୍ଲ ପାଣିଗ୍ରାହୀ ଏବଂ ଧର୍ମରାଜ ପାଣିଗ୍ରାହୀଙ୍କ ନାମ ମଣ୍ଡଳ ସଭାପତି ଭାବେ ଘୋଷଣା ହେବା ପରେ ଗାନ୍ଧୀ ନଗର ଏବଂ ଗେଟ୍ ବଜାର ମଣ୍ଡଳରେ ଦଳ ଆହୁରି ଅଧିକ ସୁଦୃଢ଼ ହେବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ନଅ ବର୍ଷର ସୁଶାସନ ଓ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ହେବେ ବୋଲି ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଜଣାଇଛନ୍ତି ବୋଲି ଦଳର ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।