Odisha news

ତ୍ରିତୋଲ ଉପନିର୍ବାଚନ : ସାଂସଦ ଅଚ୍ୟୁତ ସାମନ୍ତଙ୍କର ୩୦୦ ରୁ ଉର୍ଦ୍ଧ ସହପାଠୀ, ବନ୍ଧୁ , ଶୁଭେଛୁ ବିଜେଡି ରେ ଯୋଗଦେଲେ

0

ରଘୁନାଥପୁର : ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କନ୍ଧମାଳ ସାଂସଦ ତଥା କିଟ୍ କିସର ପ୍ରତିଷ୍ଠାତା ପ୍ରଫେସର ଅଚୁତ୍ୟ ସାମନ୍ତଙ୍କ ଜିବନ ଓଡିଶା ବାସିଙ୍କ ପାଇଁ ସର୍ମପିତ ଜୀବନ ଉଭୟ ଅବିବାହିତ,  ଓଡିଶା ବସୀ ସେମାନଙ୍କର ପରିବାର ଅଟନ୍ତି ବୋଲି ଆଜି ରାମକୁମାର ପୁର ଠାରେ ଏକ ମିଶ୍ରଣ ପର୍ବରେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟକୁମାର ଦାସ ବର୍ମା ଏହା କହିଥିଲେ । ଶ୍ରୀ ଦାସ ବର୍ମା ଆହୁରି କହିଲେ ଯେ ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ପରେ ଦୁତୀୟ ବ୍ୟକ୍ତି ପ୍ରଫେସର ସାମନ୍ତ ଯିଏ କି ଆତି ସାଧାରଣ ଲୋକଙ୍କ ସହିତ ମିଶନ୍ତି ଓ ସାଧାରଣ ଲୋକଙ୍କ ସହିତ ମିଶି କାମ କରନ୍ତି । ପ୍ରଫେସର ସାମନ୍ତ କେବଳ ଓଡିଶାର ଗର୍ବ ନୁହନ୍ତି ସମର୍ଗ ବିଶ୍ୱର ଗୌରବ ବୋଲି ଶ୍ରୀ ଦାସ ବର୍ମା କହିଥିଲେ ।

ଏଥିରେ କନ୍ଧମାଳ ସାଂସଦ ତଥା କିଟ୍ କିସର ପ୍ରତିଷ୍ଠାତା ପ୍ରଫେସର ଅଚୁତ୍ୟ ସାମନ୍ତ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଦୁତୀୟ ଜୀବନ ପ୍ରଦାନ କରିଚନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟ ସଭା ପରେ ଲୋକ ସଭାକୁ ସାଂସଦ ଭାବେ ପଠାଇ ଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଚିରଦିନ ଋଣୀ ମୁଁ   ସାଂସଦ ହେବା ପରେ ଓଡିଶା ପାଇଁ ସଂସଦରେ ଓଡିଶା ବସୀଙ୍କର ଦାବିକୁ ଉପସ୍ଥାପନ କରିପାରୁଛି ବୋଲି କହିଥିଲେ ।

ଏହି ଅବସରରେ ସାଂସଦ ପ୍ରଫେସର ସାମନ୍ତଙ୍କର ୩୦୦ରୁ ଉର୍ଦ୍ଧ ସହପାଠୀ , ବନ୍ଧୁ ,ଶୁଭେଛୁ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ବିଜେଡିରେ  ଯୋଗଦେଇଥିଲେ ସେମାନଙ୍କ ମଧ୍ୟରେ ସସ୍ମିତା ରାୟ, ନୟନବାଳା ରାୟ, ଆଇନି ଜୀବି ମନୋରଞ୍ଜନ ପ୍ରଧାନ, ଶିଶିର କୁମାର ଜେନା, ପୂର୍ବତ୍ତନ ସମିତି ସଭ୍ୟ ସୀତା ମୁର୍ମୁ , ଦିଲ୍ଲିପକୁମାର ଜେନା, ରଜତ କୁମାର ଦାଶ, ଶଶାଙ୍କ ସେଖର ବିଶ୍ୱାଳ, ଦିବାନନ୍ଦ ବୋଷ, ଅଶୋକ କୁମାର ନାୟକ , ଗଣେଶ୍ୱର ଓଝା , ଶରତଚନ୍ଦ୍ର ଜେନା , ମୁକ୍ତାର ଅଲି ଖାଁ , ଖୁଶ୍ରୀଦ ଅଲି ଖାଁ, ଜଗବନ୍ଧୁ ବାରିକ , ହେମନ୍ତ କୁମାର ସାହୁ, ସରିତା ସିନା ପ୍ରମୁଖ ୩୦୦ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଇ ଥିଲେ । ସମସ୍ତଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ  ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟକୁମାର ଦାସ ବର୍ମା ସମ୍ବର୍ଦ୍ଧିତ କରିଥିଲେ  । ଏଥିରେ ପର୍ଯ୍ୟବେକ୍ଷକ ରାଜାଚକ୍ର, ପ୍ରଯ୍ୟବେକ୍ଷକ ଦୁର୍ଗା ସାମନ୍ତ ରାୟ, ପ୍ରଯ୍ୟବେକ୍ଷକ ସରୋଜ ପାତ୍ର , ସମାଜ ସେବୀ ବିଜୟ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ  ।

Leave A Reply