Odisha news

ଗ୍ରାମୀଣ ମହିଳାଙ୍କ ଜୀବନ ଜୀବିକା

0

ମୋହନ ଚରଣ ବିଷି : ଗ୍ରାମୀଣ ମହିଳାଙ୍କ ଗ୍ରାମ୍ୟ ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି।ସେମାନେ ସିଧାସଳଖ ଭାବେ କୃଷି, କ୍ଷୁଦ୍ର ଶିଳ୍ପ ପରି ବିଭିନ କ୍ଷେତ୍ରରେ ଶ୍ରମଦାନ କରିଥାନ୍ତି।ଗ୍ରାମୀଣ ମହିଳା ଦେଶର ଏକ ସଂପତ୍ତି।ମିଳିତ ଜାତିସଂଘ ଗ୍ରାମୀଣ ମହିଳା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।FAO,IFAO,WEF, ପରି ସଂଗଠନ ବ୍ୟାପକତା ସହ କାର୍ଯ୍ୟ କରୁଅଛି।ଗ୍ରାମୀଣ ମହିଳା ମୂଖ୍ୟତଃ ନିଜେ ଶ୍ରମକରି ପରିବାର ପ୍ରତିପୋଷଣ କରିଥାନ୍ତି।ନିଜ ସ୍ୱାମୀ ଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟ ରେ ସହଯୋଗ ର ହାତ ବଢାଇଥାନ୍ତି।କିଛି ମହିଳା ଘରେ ବସି ଅଯଥାରେ ସମୟ ବିତାଇ ଦିଅନ୍ତୁ ନିଜ ସ୍ୱାମୀ ରୋଜଗାର ରେ ଚଳନ୍ତି।ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଗ୍ରାମୀଣ ମହିଳା ଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ଅଟେ।ନିଜ ପରିବାରେ ସୁଷମ ଖାଦ୍ୟ ପ୍ରସ୍ତୁତ ଓ ସଠିକ ପରିଚଳନା ପାଇଁ ମହିଳା ମାନଙ୍କ ଉଦ୍ୟମ ନିତାନ୍ତ ଆବଶ୍ୟକ ରହିଛି।

ସେମାନେ ହିଁ ପରିବାରର ସମସ୍ତ ଙ୍କ ପାଇଁ ଉପଯୁକ୍ତ ଓ ରୁଚିକର ଖାଦ୍ୟ ସଂଗ୍ରହ କରି ପରଷିଥାନ୍ତି।ପରିବାର ର ସମସ୍ତ ଙ୍କ ସ୍ୱାସ୍ଥ୍ୟ ର ଯନ୍ନ ତାଙ୍କ ଉପରେ ନିର୍ଭରଶୀଳ।FAO,ILO,UN Women ତଥ୍ୟ ଅନୁସାରେ ଭାରତର ୭୮% ଗ୍ରମୀଣ ମହିଳା କୃଷିଜାତ ଉପରେ ନିର୍ଭରଶୀଳ ଥିଲାବେଳେ ଆମେରିକାରେ ୫୨% ଗ୍ରାମୀଣ ମହିଳା କୃଷି ଉପରେ ନିର୍ଭର କରନ୍ତି।ବ୍ରାଜିଳ,ନାଇଜେରିଆ,କେନିଆ,ମେସ୍କିକୋ,ଦକ୍ଷିଣ ଏସିଆର ୫୦%ଗ୍ରାମୀଣ ମହିଳା କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି।ପୃଥିବୀର ମହିଳା ମାନଙ୍କ ଜନସଂଖ୍ୟା ର ଚାରି ଭାଗରୁ ଏକ ଭାଗ ମହିଳା କୃଷି କାର୍ଯ୍ୟ କରିଥାନ୍ତି।ସେମାନଙ୍କ ମଧ୍ୟରେ ୨୦%ମହିଳା ଙ୍କ ନାମରେ ନିଜର କୃଷିଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ନିଜର ଜମି ରହିଛି।ନିଜ ପାଖରେ ଜମିଥିଲେ ମହିଳା ମାନେ କୃଷି କାର୍ଯ୍ୟ କରି ଆହୁରି ସ୍ବାବଲମ୍ବୀ ହେଇପାରନ୍ତେ।ପୃଥିବୀର ହାରାହାରି ୪୦% ଗ୍ରାମୀଣ ମହିଳା କୃଷି ଭିନ୍ନ ଅନ୍ୟକାମ କରନ୍ତି ନାହିଁ।ଗ୍ରାମୀଣ ମହିଳା ମାନଙ୍କ ଉନ୍ନତି ପାଇଁ କିଛି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପଡିବ ଯେମିତି। ନାରୀ ଶିକ୍ଷା କୁ ଗୁରୁତ୍ୱ ଦେବା।ପ୍ରାୟ ୬୮ଟି ଦେଶର ଅଧିକାଂଶ ମହିଳା ମାନେ ପାଠ ପ୍ରତି ବିଶେଷ ଗୁରୁତ୍ୱ ନଦେଇ ପରିବାର ଓ ନିଜ ସନ୍ତାନ ର ଯନ୍ନ ନେବାରେ ସମୟ ଅତିବାହିତ କରିଥାନ୍ତି।

ସେହି ଗ୍ରମୀଣ ମହିଳା ମାନଙ୍କୁ କେମିତି ପରିବାର ଦାୟିତ୍ୱ ନେବାସହ ନିଜେ କିଛି ରୋଜଗାର କରିପାରିବେ ସେଥିପାଇଁ ଶିକ୍ଷା, ପ୍ରଶିକ୍ଷଣ ର ଆବଶ୍ୟକତା ରହିଛି। ଗ୍ରମୀଣ ମହିଳା ମାନଙ୍କୁ ନିଜର ଓ ପରିବାରର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାର ବ୍ୟବସ୍ଥା ଆବଶ୍ୟକତା ରହିଛି।ଯେମିତି ବିଭିନ୍ନ ପ୍ରକାର ମହାମାରୀ,ଏଡସ୍,ମ୍ୟଲେରିଆ,ଭାଇରାଲ ରୋଗ ବିଷୟରେ ସଚେତନ ହେଲେ ପରିବାର ସୁରକ୍ଷିତ ରହିବ।ଏ ବିଷୟରେ ମହିଳା ମାନଙ୍କୁ ଶିକ୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପଡିବ।୨୦୧୯ ସର୍ଭେ ଅନୁସାରେ ଭାରତରେ ୬୫% ମହିଳା ଗ୍ରାମାଞ୍ଚଳରେ ରେ ବସବାସ କରନ୍ତି।୨୦୧୧ ଜନଗଣନା ଅନୁଯାୟୀ ଗ୍ରାମାଞ୍ଚଳରେ ୯୪୯ ମହିଳା ରେ ୧୦୦୦ ପୁରୁଷ ଥିଲାବେଳେ ସହରାଞ୍ଚଳରେ ୯୪୩ ମହିଳାରେ ୧୦୦୦ ପୁରୁଷ ରହିଥିଲେ।ଯାହା ଦେଖାଯାଏ ଯେ ଗ୍ରାମାଞ୍ଚଳରେ ରେ ଅଧିକାଂଶ ମହିଳା ବସବାସ କରି ରହନ୍ତି।ଗ୍ରାମୀଣ ମହିଳା ମାନଙ୍କ ଉନ୍ନତି ପାଇଁ ଭାରତ ସରକାର ଓ ରାଜ୍ୟ ସରକାରମାନେ ଅନେକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗ୍ରହଣ କରିଛନ୍ତି।

ଭାରତ ସରକାରଙ୍କ ମହିଳା ଇ ହାଟ,ସାକ୍ଷୀ, ସ୍ୱଧାର,ଷ୍ଟେପ,ଉଜ୍ଜଳା ପରି ଅନେକ ଯୋଜନାରେ ଗ୍ରାମୀଣ ମହିଳା ମାନେ ନିଜର ଜୀବନ ଜୀବିକାର ପନ୍ଥା ଖୋଜୁଛନ୍ତି।ସେହିପରି ଆମରାଜ୍ୟ ଓଡ଼ିଶାରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗ୍ରାମୀଣ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି।ଏହିପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଅଜସ୍ର କୃତଜ୍ଞତା ଅର୍ପଣ କରୁଛି।ସେହି ଯୋଜନା ମଧ୍ୟରେ ମିଶନଶକ୍ତି ଓ ଓଡିଶା ଜୀବିକା ମିଶନ ଅନ୍ୟତମ।ଭାରତର ପ୍ରଥମ ରାଜ୍ୟ ଭାବରେ ଓଡିଶା ସରକାରଙ୍କ ଏହି ଯୋଜନା ଦ୍ୱୟ ଓଡିଶାରେ ସୁଚାରୁରୂପେ କାର୍ଯ୍ୟକାରୀ ହେଇ ଆସୁଅଛି।ମିଶନଶକ୍ତି ମାର୍ଚ୍ଚ ୮ତାରିଖ ୨୦୦୧ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା।ନବୀନ ସରକାର ଏହାକୁ ଏକ ସ୍ୱତନ୍ତ୍ର ବିଭାଗ କରି ମହିଳା ମାନଙ୍କର ବହୁବିଧ ବିକାଶ ଦିଗରେ କାର୍ଯ୍ୟକାରୀ ହେଉଛି।ବିଶେଷ କରି ଗ୍ରାମୀଣ ମହିଳା ମାନଙ୍କର ରୋଜଗାର ଓ ସ୍ୱାବଲମ୍ବୀ ହେବାପାଇଁ ଯଥେଷ୍ଟ ସହାଯ୍ୟ କରୁଛି।

ଗ୍ରାମୀଣ ମହିଳା ମାନେ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ସ୍ୱଳ୍ପ ସଂଚୟ କରି ସହଜରେ ଅଧିକ ଋଣ ପାଇପାରୁଛନ୍ତି।ନିଜର ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି।ସହଜ କିସ୍ତିରେ ଋଣ ପ୍ରତିଶୋଧ କରି ହସ ଖୁସିରେ ସଂସାର ବିତାଉଛନ୍ତି।ଗ୍ରାମୀଣ ମହିଳାମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଷୟରେ ସରକାରଙ୍କ ତରଫରୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।କୃଷି, ପଶୁପାଳନ,ଫଳଫୁଲ ପରିବା ଚାଷ,କୁଟିରଶିଳ୍ପ,କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରି ନିଜସ୍ୱ ଆୟପନ୍ଥା ନିଜେ କରିପାରି ନିଜ ସ୍ୱାମୀ ଓ ପରିବାରର ସଦସ୍ୟଙ୍କ ସହଯୋଗୀ ଓ ସହଭାଗିନୀ ହେଇପାରୁଛନ୍ତି। ସେହିଭଳି ୨୦୦୬ ମସିହାରେ ଆରମ୍ଭ ହୋଇଥିବା OPRM ପରବର୍ତ୍ତୀ ସମୟରେ Odisha livelihood Mission(OLM) ବା ଓଡିଶା ଜୀବିକା ମିଶନ ଭାବରେ କାର୍ଯ୍ୟକାରୀ ହେଇଆସୁଛି।ଓଏଲଏମ ଗ୍ରାମୀଣ ମହିଳାଙ୍କ ସାମଗ୍ରୀ ବିକାଶ ଦିଗରେ ସାହାଯ୍ୟ କରିଥାଏ।

ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ମହିଳା ଶ୍ରମଜୀବି ମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ପଥପ୍ରଦର୍ଶକ ଭାବରେ କାର୍ଯ୍ୟ କରିଥାଏ।ଅନେକ ଗ୍ରମୀଣ ମହିଳା ଏହି ମିଶନ ଜରିଆରେ ନିଜ ଉତ୍ପାଦିତ ସାମଗ୍ରୀ କୁ ବିକ୍ରି କରିପାରୁଛନ୍ତି। ଏଥି ପାଇଁ ବଜାର ବ୍ୟବସ୍ଥା ହେବାଦ୍ବାରା ଲାଭବାନ ହେଉଛନ୍ତି।ଛୋଟ ଛୋଟ ଧନ୍ଧା କରି ଚଳିବା ପାଇଁ ସରକାରଙ୍କ ତରଫରୁ ତାଳିମ ପ୍ରଦାନ କରାଯାଇଥାଏ। ଅନେକ ଗ୍ରାମିଣ ମହିଳା ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି।

ଓଡ଼ିଶା ସରକାରଙ୍କୁ ଏହି ଲେଖା ମାଧ୍ୟମରେ ନିବେଦନ କରିବି କି ଦେଖାଯାଉଛି ଗ୍ରମୀଣ ମହିଳା ମାନଙ୍କୁ ଋଣ ଯୋଗାଣ ପରେ ତାର ତଦାରଖ ସଠିକ୍ ଭାବରେ ହେଉନାହିଁ।ଋଣ ଆଣି ଘରକରଣା,ବିବାହବ୍ରତ,ଯାନିଯାତ୍ରା,ସ୍ୱାମୀ ହାତଖର୍ଚ,ଲୁଗାପଟା କିଣାରେ ବ୍ୟବହାର କରୁଥିବା ର ନଜିର ରହିଛି।ସେମାନେ ଯେଉଁ ଉଦ୍ଦେଶ୍ୟ ରେ ଋଣ ଆଣିଛନ୍ତି ସେହି ବ୍ୟବସାୟ କରି ତାର ଲାଭାଂଶ କୁ ପରିବାର ପାଇଁ ବ୍ୟବହାର କରିବା ଉଚିତ।ସେମିତି ନକଲେ ଋଣ ପ୍ରତିଶୋଧ କରିବା ସମୟରେ ହଇରାଣ ହେଉଛନ୍ତି।ଋଣ ପ୍ରତିଶୋଧ ପାଇଁ ଆହୁରି ଋଣ କରଜ କରି ତଳିତଳାନ୍ତ ହେଉଛନ୍ତି।ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।ଅନ୍ୟ ଏକ ବିଷୟ ଋଣ ପ୍ରଦାନ ବ୍ୟବସ୍ଥା।ଜଣେ ଗ୍ରମୀଣ ମହିଳା କାମ ଧନ୍ଦା ଛାଡି ଋଣପାଇଁ ବାରମ୍ବାର ବ୍ୟାଙ୍କ କୁ ଯିବାକୁ ପଡିଥାଏ।ନିଜର ମଜୁରୀ ଛାଡି ବାରମ୍ବାର ବ୍ୟାଙ୍କ କୁ ଯାଆସ ହେବା ଫଲରେ ପରିବାର ପ୍ରତିପୋପଣ ମୁସକିଲ ହେଇଯାଏ।

ଏଣୁ ଗ୍ରାମୀଣ ମହିଳା ମାନଙ୍କୁ ସହଜ ଓ ସରଳ କିସ୍ତିରେ କିଭଳି ଭାବରେ ଋଣ ପାଇପାରିବେ ତାର ତଦାରଖ ଆବଶ୍ୟକ।ସେମିତି ତ ସହଜରେ ଊଣ ପାଇବା ପାଇଁ ବ୍ୟବସ୍ଥା ସରକାର କରିଛନ୍ତି କିନ୍ତୁ ତଳ ସ୍ତରରେ ତାର ସଠିକ ରୂପାୟନ କିଭଳି ହେଇ ପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଲେ ଗ୍ରମୀଣ ମହିଳା ମାନେ ଉପକୃତ ହେଇପାରିବେ।ଏହା ସହିତ ବ୍ୟାପକ ଭାବରେ ତାଳିମ ପ୍ରଦାନ,ଗ୍ରମୀଣ ମହିଳାମାନଙ୍କ ଭିତରେ ଥିବା ବିଭିନ୍ନ ପ୍ରତିଭାର,କଳା କୌଶଳ ର ବିକାଶ ପାଇଁ ବ୍ୟବସ୍ଥା କରାଗଲେ ଆହୁରି ସୁଫଳ ପାଇପାରନ୍ତେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଗ୍ରାମୀଣ ମହିଳା ମାନଙ୍କ ଜୀବନ ଜୀବିକା ନିମନ୍ତେ ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଗର୍ବ ର ବିଷୟ କିନ୍ତୁ ଏହାର ସଠିକ୍ ରୂପାନ୍ତରିତ ପାଇଁ ତଳସ୍ତରରେ ବ୍ୟାପକ ଜନ ସଚେତନତା ଆବଶ୍ୟକ ରହିଛି।ଉପାନ୍ତ ଅଞ୍ଚଳର ମହିଳା ମାନଙ୍କ ପାଖରେ ମିଶନଶକ୍ତି ଓ ଜିବିକା ମିଶନ ପରି କାର୍ଯ୍ୟକ୍ରମ ବହୁମାତ୍ରାରେ ପହଞ୍ଚିପାରିଲେ ଗ୍ରମୀଣ ମହିଳା ମାନଙ୍କୁ ରୋଜଗାର ରାହା ଦେଖାଇ ପାରିବ।

 

 

Ad2
Leave A Reply