ଭୁବନେଶ୍ୱର, ୨୯/୦୩/୨୦୨୪:ବିଜୁ ଯୁବଜନତା ଦଳର ନିର୍ବାଚନୀ ପ୍ରସ୍ତୁତିବୈଠକ ଆଜିଶଙ୍ଖଭବନ ଠାରେ ଅନୁଷ୍ଠିତହୋଇଯାଇଛି । ବିଜୁ ଯୁବଜନତା ଦଳରସଭାପତି ତଥା ବିଧାୟକଡଃବ୍ୟୋମକେଶରାୟଙ୍କସଭାପତିତ୍ୱରେ ଅନୁଷ୍ଠିତଏହିବୈଠକରେବିଜୁ ଯୁବଜନତା ଦଳରସମସ୍ତରାଜ୍ୟକାର୍ଯ୍ୟକର୍ତ୍ତା, ଜିଲ୍ଲାସଭାପତି, ଜୋନ ସଭାପତି ପ୍ରମୁଖଯୋଗ ଦେଇଥିଲେ । ଯୁବକହେଉଛନ୍ତିରାଜ୍ୟଗଠନରସୂତ୍ରଧର । ରାଜ୍ୟର ଯୁବଗୋଷ୍ଠୀ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି । ସେଥିପାଇଁଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀକରିବା ପାଇଁ ନିର୍ଣ୍ଣାୟକଭୂମିକାନେଇଛନ୍ତି ।
ଆଗାମୀ ୨୦୨୪ ନିର୍ବାଚନ ବିଜୁଜନତା ଦଳରବୃହତବିଜୟରମଙ୍ଗ ଧରିବାସହବିରୋଧୀଙ୍କ ଅପପ୍ରଚାରବିରୋଧରେଲଢ଼େଇଜାରିରଖିବାକ୍ଷେତ୍ରରେଗୁରୁମନ୍ତ୍ର ଦେଇଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ମାନ୍ୟବରମୁଖ୍ୟମନ୍ତ୍ରୀଙ୍କଷଷ୍ଠ ଥର ଓଡ଼ିଶାରେବିଜୁଜନତା ଦଳ ଆଗାମୀ ନିର୍ବାଚନରେସମୃଦ୍ଧିରଶିଖରଛୁଇଁବ । ଜାତୀୟ ଦଳମାନଙ୍କ ପାଇଁଓଡ଼ିଶାହେଉଛିବିନ୍ଦୁଏବଂବିଜୁଜନତା ଦଳ ପାଇଁଓଡ଼ିଶାହେଉଛିସିନ୍ଧୁ । ଜାତୀୟ ଦଳରସାଂସଦମାନେ ରାଜ୍ୟରସ୍ୱାର୍ଥ କଥା ସଂସଦରେ ନ ଉଠାଇକେବଳ ନିଜସ୍ୱାର୍ଥ କଥା ଚିନ୍ତାକରନ୍ତିଏବଂଜାତୀୟ ଦଳରସାଂସଦମାନେ ରାଜ୍ୟରସ୍ୱାର୍ଥକୁ ଅଣଦେଖାକରୁଛନ୍ତିଏବଂରାଜ୍ୟରବିକାଶକୁବିରୋଧ କରୁଛନ୍ତି ।ରାଜ୍ୟରସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେରାଜ୍ୟବିରୁଦ୍ଧରେକାମକରୁଛନ୍ତି, କିନ୍ତୁ ଆମ ପି୍ରୟମାନ୍ୟବରମୁଖ୍ୟମନ୍ତ୍ରୀଓଡ଼ିଶାକୁବିଭିନ୍ନକ୍ଷେତ୍ରରେ ଆଗକୁନେଇଛନ୍ତି । ଖାଦ୍ୟସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ, ପ୍ରାକୃତିକବିପର୍ଯ୍ୟୟ, କୃଷିକର୍ମଣ ପୁରସ୍କାରଏମିତି ଅନେକକ୍ଷେତ୍ରରେଓଡ଼ିଶା ଆଜିଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତହେଉଛି ।ଓଡ଼ିଶାଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜମନ୍ଦିର, ସମଲେଶ୍ୱରୀମନ୍ଦିରଓଡ଼ିଶାବାସୀଙ୍କ ଆସ୍ଥାରଖୁଥିବାସମସ୍ତବଡ଼ମନ୍ଦିର, ମସଜିଦ, ଚର୍ଚ୍ଚରସବୁ ଧର୍ମାବଲମ୍ବୀଙ୍କ ପାଇଁମାନ୍ୟବରମୁଖ୍ୟମନ୍ତ୍ରୀରୂପାନ୍ତରୀକରଣକରିଛନ୍ତି । ଓଡ଼ିଶାରରାଜ୍ୟର ପ୍ରାୟ ୮୦୦୦ରୁ ଊଦ୍ଧ୍ୱର୍ବିଦ୍ୟାଳୟରରୂପାନ୍ତରୀକରଣକରି ଏକ ନୂତନ ଅଧ୍ୟାୟସୃଷ୍ଟିକରିଛନ୍ତି । ଛଅ ମାସମଧ୍ୟରେଲକ୍ଷ୍ମୀବସସେବା ଦ୍ୱାରାସମସ୍ତଜିଲ୍ଲାରେ ପରିବହନ ଓ ଗମନାଗମନକୁସୁଦୃଢ଼କରାଯାଇଛି । ଓଡ଼ିଶାର ଯୁବବର୍ଗ ପାଇଁମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯୁବବଜେଟଷଷ୍ଠ ପାଳିରେ ପ୍ରଥମ ଦିଗରହିଛି । ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓବୃତ୍ତି ଦ୍ୱାରାରାଜ୍ୟର ୯୮% ପିଲାଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟସବୁରାଜ୍ୟରେଛାତ୍ରବୃତ୍ତି୨୦ରୁ ୨୫% ରହିଛି । ଏକସଶକ୍ତଓଡ଼ିଶା ନୂଆଓଡ଼ିଶାଗଠନରେ ଯୁବମାନଙ୍କରଗୁରୁତ୍ୱପୂର୍ଣ୍ଣଭୂମିକାରହିଛିବୋଲି୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜବକ୍ତବ୍ୟରେକହିଥିଲେ ।
ନିଜବକ୍ତବ୍ୟରେସାଙ୍ଗଠନିକସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସକହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁସାମାଜିକଗଣମାଧ୍ୟମରେକଡ଼ାଜବାବ ଦେବାସହସାଙ୍ଗଠନିକସ୍ତରରେ ଯୁବଜନତା ଦଳରଲଢ଼େଇ ଦୁର୍ବାରରହିବ । ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁମାନ୍ୟବରମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟିଓଡ଼ିଆଙ୍କବିକାଶସଦାସର୍ବଦା ଆଗରେରହିଛି ।
ନିଜବକ୍ତବ୍ୟରେସାଧାରଣସମ୍ପାଦକ (ଛାତ୍ର ଯୁବବ୍ୟାପାର) ଶ୍ରୀ ପ୍ରଣବବଳବନ୍ତରାୟକହିଥିଲେ, ମାନ୍ୟବରମୁଖ୍ୟମନ୍ତ୍ରୀଷଷ୍ଠ ଥର ପାଇଁ ଶପଥ ନେବାସହିତବିଜୁଜନତା ଦଳ ରେକର୍ଡ଼ସଂଖ୍ୟକ ଆସନ ଅକ୍ତିଆରକରିଓଡ଼ିଶାରାଜନୀତିରେଇତିହାସରଚିବ ।ଯୁବବିଜେଡ଼ିସଭାପତିଡକ୍ଟରବ୍ୟୋମକେଶରାୟକହିଥିଲେ, ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ହେତୁଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ, କ୍ରୀଡ଼ା, ଦକ୍ଷତାବିକାଶରେରୂପାନ୍ତରଣହୋଇଛି । ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁମୁଖ୍ୟମନ୍ତ୍ରୀସର୍ବଦା ପ୍ରତିଶ୍ରୁତିବଦ୍ଧ । ଯୁବଜନତା ଦଳରସଂଗଠନ ଦୁଇବିରୋଧୀ ଜାତୀୟତଳତୁଳନାରେବିଜୁ ଯୁବଜନତା ଦଳ ଅଧିକସଂଗଠିତ ଅଛି । ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେବିପୁଳବିଜୟଲାଭକରିବା ପାଇଁବିଜୁ ଯୁବଜନତାଦଳ ନିର୍ଣ୍ଣାୟକଭୂମିକାନେବ । ଛାତ୍ରବିଜେଡ଼ିସଭାପତି ଦେବୀରଞ୍ଜନ ତି୍ରପାଠୀଉଦବୋଧନ ଦେଇ କହିଥିଲେ, ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତହୋଇଏହି ଦଳ କାମକରିଆସୁଛି ଓ ଆସନ୍ତାଜୁନ ୪ ତାରିଖରେଇତିହାସରଚିବବିଜୁଜନତା ଦଳ ।
ଶେଷରେବିଜୁ ଯୁବଜନତା ଦଳରସାମ୍ବାଦିକ ସମ୍ମିଳନୀରେ ଯୁବଜନତା ଦଳରସଭାପତିବ୍ୟୋମକେଶରାୟ ଆଜିରକାର୍ଯ୍ୟକ୍ରମବିଷୟରେଗଣମାଧ୍ୟମକୁସବିଶେଷସୂଚନା ଦେଇଥିଲେ । ଏହିସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କମଧ୍ୟରେକାର୍ଯ୍ୟକାରୀସଭାପତିବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁମଙ୍ଗରାଜ, ଉପସଭାପତିସୋଫିଆ ଆଲାମ, ସାଧାରଣସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତାମିଶ୍ର ପ୍ରମୁଖଉପସ୍ଥିତ ଥିଲେ ।