Odisha news

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଅଧିକାରି।       

0

ନୁଆପଡ଼ା- ୨୯/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ)  ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ତିନତଲା କୋଠା ପରିସର ରେ ରାଜସ୍ୱ ବିଭାଗ ର ସ୍ବତନ୍ତ୍ର ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଜାଲ ରେ ଛନ୍ଦି ହୋଇ ପଡିଛନ୍ତି । ଗତ କାଲି ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚ଼ନ୍ଦ୍ରକାର ବୋଲି ଜଣା ପଡିଛି । ସୂଚନା ମୁତାବକ ନୂଆପଡା ରାଜସ୍ୱ ବିଭାଗ ରେ ମୁଖ୍ୟ କିରାଣି ରୁ ଅବସର ଗ୍ରହଣ ପରେ ସେହି ବିଭାଗରେ ସ୍ବତନ୍ତ୍ର ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କୁ ୪୫ ହଜାର ଦାବି କରିଥିଲେ । ତେବେ ଏନେଇ ବ୍ୟକ୍ତି ଜଣକ ନୂଆପଡ଼ା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାଦକ ବ୍ୟକ୍ତି ଜଣକ ଚନ୍ଦ୍ରକାରଙ୍କୁ ପ୍ରଥମ କିସ୍ତି ୩୦ ହଜାର ଟଙ୍କା ଦେବା ପାଇଁ ରହିଥିଲେ । ଚନ୍ଦ୍ରକାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସେ ବ୍ୟକ୍ତିଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ମିଶନ ଶକ୍ତି କାଫେ ପାଖକୁ ଡକାଇଥିଲେ । ସେହି ସମୟରେ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁ ଥିବାବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଶ୍ରୀ ଚନ୍ଦ୍ରକା୍ରଙ୍କୁ ମାଡି ବସିଥିଲେ । ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡ ସ୍ଥିତ ତାଙ୍କ ନିଜ ବାସ ଭବନକୁ ଚଢ଼ାଉ କରାଯାଇଛି  । ଚଢ଼ାଉ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିନବନ୍ଧୁ ବେହେରା, ଭବାନିପାଟଣା ଭିଜିଲେନ୍ସ ବିଭାଗ ଇନ୍ସପେକ୍ଟର ପ୍ରମିଳା ସୁନା, ଆଲୋକ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ଶିବପ୍ରସାଦ ପ୍ରଧାନ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ। ଖବର ଲେଖା ହେବା ଯାଏଁ ତାଙ୍କ ସମ୍ପତ୍ତି ର ସମ୍ପୂର୍ଣ ତଥ୍ୟ ମିଳିପାରି ନାହିଁ।

Govt
Leave A Reply