ଗୋପାଳପୁର – ସ୍ଥାନୀୟ ଗଜପତିନଗର ଠାରେ ଗୋପାଳପୁର ନିର୍ବ।ଚନ ମଣ୍ଡଳୀର ବିଜୁ ଜନତା ଦଳର ବୁଥସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବ।ଚନ ମଣ୍ଡଳୀ ଦାୟିତ୍ବରେ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଆବାହତ୍ବରେ ଆୟୋଜିତ ବୈଠକରେ ବୁଥସ୍ତରରେ ସଂଗଠନକୁ ଆହୁରି ସୁଦୃଢ କରାଯିବା ନେଇ ଆଲୋଚନା ହୋଇଛି। ଗତକାଲି ନବୀନ ନିବାସରେ ସମସ୍ତ ବିଧାନସଭାର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଆଲୋଚନା ହେବା ପରେ କିପରି ବୁଥସ୍ତରରେ ସମସ୍ତ ସରକାରୀ ଉପାଦେୟତା ପହଞ୍ଚତ୍ପାରିବ ସେନେଇ ଗୁରୁତ୍ବ ଦିଆଯାଇଥିଲା। ଏହିକ୍ରମରେ ଗୋପାଳପୁର ବିଧାନ ସଭା ନିର୍ବ।ଚନୀ କ୍ଷେତ୍ରର ସମସ୍ତ ବୁଥରେ ସଂଗଠନ ସୁଦୃଢ ସହ ଲୋକଙ୍କ ପାଖରେ କିଭଳି ସରକାରୀ ଯୋଜନା ଆହୁରି ପହଞ୍ଚତ୍ପାରିବ ସେନେଇ ସମସ୍ତ କର୍ମୀ ଯତ୍ନବାନ ହେବାକୁ ବୈଠକରେ କୁହାଯାଇଛି। ସାଧାରଣ ନିର୍ବ।ଚନ ବିଗୁଲ ବାଜି ସାରିଥିବା ବେଳେ କର୍ମୀମାନେ ଦୃଢର ସହ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ ବିବେକ ରେଡ଼ୀ, ବରିଷ୍ଠ ବିଜେଡି ନେତା ଶଷିଭୂଷଣ ମହାନ୍ତି, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ ଦାସ, ଅଧ୍ୟକ୍ଷା ସିଏଚ ଉଷାରାଣୀ, ବିଷ୍ଣୁପ୍ରିୟା ନାୟକ, ଉପାଧ୍ୟକ୍ଷା ଅନୀତା ମହାଙ୍କୁଡ଼, ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ଭାରତୀ ନାୟକ, ଉମା ନାୟକଙ୍କ ସମେତ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବୁଥସ୍ତରର କର୍ମକର୍ତ୍ତ। ଯୋଗ ଦେଇଥିଲେ।