ରାଜକନିକା ତା ୧୧/୦୩ : ରାଜକନିକା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ନେତୃତ୍ଵରେ ତ୍ରୈଲୋକ୍ୟପୁର ପଞ୍ଚାୟତର ବାଦରଜା ପଡିଆ ଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ରାଉତ, ୨୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଅମିତା ସାହୁ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ବେହେରା ଓ ମହିଳା ସଭାନେତ୍ରୀ ସଂଯୁକ୍ତା ଶତପଥୀ ପ୍ରମୁଖ ଯୋଗଦେଇଥିଲେ | ଶ୍ରୀ ଦେବ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ମହିଳା ମାନଙ୍କ ପ୍ରତି ଯେଉଁ ଯୋଜନା କରିଛନ୍ତି ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ |
ସେହିପରି ୨୭ନଂ ଜୋନର ଦେଉଳତରା ପଡିଆ ଠାରେ ମଧ୍ୟ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ରାଉତ, ୨୮ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ବେହେରା, ୨୭ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ପ୍ରବୀଣା ଦାସ ଓ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ସଂଯୁକ୍ତା ଶତପଥୀ ପ୍ରମୁଖ ଯୋଗଦେଇଥିଲେ | ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ପ୍ରଦୀପ ରାଉତ,ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରା, ଜ୍ୟୋସ୍ନା ରାଣୀ ନାୟକ,ଅରୁଣ ରାଉତ, ସଞ୍ଜୟ ପଣ୍ଡା, ତ୍ରିଲୋଚନ ବିଶ୍ୱାଳ, ଅମର ସାହୁ, ପ୍ରଫୁଲ୍ଲ ନାୟକ, ହୃଷିକେଶ ବେହେରା, ନୟୁମ ଖାଁ, ସତ୍ୟସୁନ୍ଦର ପତି, ଦାମୋଦର ସ୍ୱାଇଁ, ଆର୍ତ୍ତତ୍ରାଣ ରାଉତ, ନହୁଷ ନାୟକ, ନିରଞ୍ଜନ ନାୟକ ଓ ସସ୍ମିତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ପଞ୍ଚାୟତ ର ଜନ ପ୍ରତିନିଧି ଙ୍କ ସମେତ ହଜାର ହଜାର ମହିଳା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |