Odisha news

ଆନନ୍ଦପୁରରେ ବିଜୁ ଯୁବ ଛାତ୍ର ଜନତା ଦଳର ସାଂଗଠାନିକ ବୈଠକ

0
ଆନନ୍ଦପୁର ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳର ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠାନିକ ବୈଠକ ଆନନ୍ଦପୁର ବାସଭବନ ସଭାଗୃହରେ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବ୍ଲକ ଯୁବ ଛାତ୍ର ଜନତା ଦଳ ସଭାପତି ବିଶ୍ଵରଞ୍ଜ ପାତ୍ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଆନନ୍ଦପୁର ବିଧାନ ଶ୍ରୀ ଭାଗିରଥି ସେଠୀ କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ, ସମ୍ପାଦକ ସତ୍ୟବ୍ରତ ରାମ, ଆନନ୍ଦପୁର ବ୍ଲକ ବିଜେଡି ସଭାପତି ରାମଚନ୍ଦ୍ର ପଲେଇ,ଯୁବ ବିଜେଡି ସଭାପତି ଜିତେନ୍ଦ୍ର ସାମଲ,୭ନମ୍ବର କାଉନସିଲର କୃଷ୍ଣଚନ୍ଦ୍ର ରଣା, ଉତ୍ତର ଓଡ଼ିଶା ଜୋନ ଯୁବ ବିଜେଡି ଉପସଭାପତି ଭୁବନଭବେଶ ସେଠୀ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ୨୦୨୪ର ନିର୍ବାଚନ ପାଇଁ ଦଳର ଆଭିମୁଖ୍ୟ ସମ୍ପର୍କରେ କର୍ମକର୍ତ୍ତା ମାନଙ୍କୁ ନେତୃବୃନ୍ଦ ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ବ୍ଲକର ୧୫ଗୋଟି ପଞ୍ଚାୟତର ଯୁବ ବିଜେଡି ଓ ଛାତ୍ର ବିଜେଡ଼ି ଜନତା ଦଳର କର୍ମକର୍ତ୍ତା,ଆଇଟି ସଂଯୋଜକ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ୨୦୨୪ନିର୍ବାଚନ ପାଇଁ ଯୁବ ଓ ଛାତ୍ର ସଂଗଠନର ପ୍ରମୁଖ ଭୂମିକା ନେଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ନେଇ ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ଆହ୍ୱାନ ଦେଇଥିଲେ।
Leave A Reply