Odisha news

ଛତିଆରେ ବିଜେଡିର ସାଙ୍ଗଠାନିକ ବୈଠକ ଓ କର୍ମଶାଳା

0
ଚଣ୍ଡିଖୋଲ/ଛତିଆ, ୭/୫ : ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଯାତ୍ରୀ ନିବାସ ଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା! ଏହି ସାଙ୍ଗଠନିକ କର୍ମଶାଳାରେ ବିଜେଡି ସାଧାରଣ ସମ୍ପାଦକ ଜନ୍ମାଜୟ ଲେଙ୍କା ଯୋଗଦେଇ ଦଳର ନେତୃମଣ୍ଡଳି ଓ ଛାମୁଆ କର୍ମକର୍ତ୍ତା ମାନେ ଏବଂ ଯୁବକର୍ମୀ ମାନେ ସାଧାରଣ ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ବାଟ ବାହାର କରିବାକୁ ପରାମର୍ଶ ଦେଇଥିଲେ! ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ  କିଭଳି ଭାବେ ସମାଜର ତଳ ସ୍ଥରରେ ଥିବା ଲୋକେ ସରକାରଙ୍କ ବିଭିନ୍ନ ପ୍ରକାର ଦାରିଦ୍ର୍ୟ ଦୂରିକରଣ ଯୋଜନା ଓ ସରକାରୀ ସହାୟତା ପାଇପାରିବେ ତାହାର ବ୍ୟବସ୍ଥା କରିବାକୁ କହିଥିଲେ! ବଡଚଣାର ନିର୍ବାଚନ ମଣ୍ଡପରେ ବିକାଶ ଧାରାକୁ ଆଗେଇ ନେବାକୁ ବିଜେଡିର  ସମସ୍ତ ଯୁବକର୍ମୀ ଶପଥ ନେବାକୁ ମଧ୍ୟ ବୈଠକରେ ମତପ୍ରକାଶ ପାଇଥିଲା! ଏହି କାର୍ଯ୍ୟକ୍ରମରେ ଚାରୋଟି ପଞ୍ଚାୟତର ଦଳୀୟକର୍ମୀ ଓ ଯୁବକ ମାନେ ଯୋଗଦେଇଥିଲେ! ସଭାରେ ନେଲିଆ ପଞ୍ଚାୟତର ଧନେଶ୍ଵର ବେହେରା ସଭାପତିତ୍ବ କରିଥିଲାବେଳେ ଛତିଆ କଲେଜ୍ ପୂର୍ବତନ ଛାତ୍ରନେତା ରବିନ୍ଦ୍ର ପ୍ରଧାନ ଓ ସମାଜ ସେବୀ ବିଧାନ ଚନ୍ଦ୍ର ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ!  ଯୁବ ଇଞ୍ଜିନିୟର ତୁଷାରକାନ୍ତ ପଣ୍ଡାଙ୍କ ସହ ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ କର୍ମୀ ଯୋଗଦେଇଥିଲେ!
Leave A Reply