Odisha news

ଭାବଙ୍ଗ ପୁଷ୍କରିଣୀରେ ୫ମ ଚନ୍ଦନଯାତ୍ରା ମହୋତ୍ସବ ଉଦଯାପିତ : ଚାପ ଖେଳିଲେ ପ୍ରଭୁ ମଦନ ମୋହନ, ବହୁ ସାଧୁସନ୍ଥଙ୍କ ଯୋଗଦାନ

0

ଚଣ୍ଡିଖୋଲ/ଚଡେଇଧରା,୭/୫ :  ରାଜ୍ୟର ସର୍ବ ବୃହତ୍ତମ ଭାବଙ୍ଗ ପୁଷ୍କରିଣୀରେ ତିନିଦିନ ଧରି ଚାଲିଥିବା ୫ମ ଚନ୍ଦନଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି! ଚଡେଇଧରା ନିକଟ ମଧୁପୁର ଇଷ୍ଟେଟର ବେଢା ପର୍ବତ ଶିଖରରେ ଥିବା ପବିତ୍ର ଆଧ୍ୟାତ୍ମିକ ପୀଠ ଶ୍ରୀଗୁରୁ ଆଶ୍ରମ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ସାଧୁସନ୍ଥ ମାନେ ଯୋଗଦେଇ ପୁଷ୍କରିଣୀ କୂଳରେ ଧୂନୀ ଲଗାଇ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ!ମହୋତ୍ସବ ସ୍ଥଳରେ ସେହି ସାଧୁସନ୍ଥଙ୍କ ପାଇଁ ଅସ୍ଥାୟୀ କୁଟିର ନିର୍ମାଣ କରାଯିବା ସହ ପ୍ରାର୍ଥନା ପାଇଁ ସୁବ୍ୟବସ୍ଥା କରାଯାଇଥିଲା! ଏହି ସାଧୁସନ୍ଥ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରଭୁ ମଦନ ମୋହନଙ୍କୁ ଚାପ ଖେଳାଯାଇଥିଲା! ଶୁସଜ୍ଜିତ ନୌକା ମଧ୍ୟରେ ବିମାନ ସ୍ଥାପନା କରାଯାଇ ସେଥିରେ ପ୍ରଭୁ ମଦନ ମୋହନଙ୍କୁ ବିଜେ କରାଯାଇ ପୁଷ୍କରିଣୀର ଗଭୀର ଜଳରେ ଚାପଖେଳା ଯାଇଥିଲା! ପ୍ରତ୍ୟହ ସନ୍ଧ୍ୟା ୬ଟା।ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ମହୋତ୍ସବ ଓ ଚାପ ଖେଳ ଚାଲିବା ସାଙ୍ଗକୁ ଯଥା ନିତି ଅନୁଯାଇ ମଦନ ମୋହନଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସମ୍ପର୍ଣ୍ଣ ହୋଇଥିଲା! ମଧୁପୁରଗଡ ରାଜାଙ୍କ ଦ୍ୱାରା ଖନନ ହୋଇଥିବା ଶହେ ଏକର ବିଶିଷ୍ଟ ଏହି  ଐତିହାସିକ ଭାବଙ୍ଗ ପୁଷ୍କରିଣୀର ପୁନରୁଦ୍ଧାର ଓ ଏହାର ଗୁରୁତ୍ୱକୁ ସର୍ବଜନ ବିଦିତ କରିବା ପାଇଁ ଶ୍ରୀଗୁରୁ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ସନ୍ଥ ଶିରୋମଣୀ ବାବା ମୌନାନନ୍ଦ ସରସ୍ୱତୀ ମହାରାଜ ପରିକଳ୍ପନା କରି ଗତ ୮ବର୍ଷ ପୂର୍ବେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲେ! ହେଲେ ତାଙ୍କ ପରିକଳ୍ପନା ସଫଳ ହେବା ପୂର୍ବରୁ ସେହି ବର୍ଷ ଅସମୟରେ ହଠାତ ବାବା ମୌନାନନ୍ଦଙ୍କର ମହାପ୍ରୟାଣ ଘଟିଥିଲା! ବାବାଙ୍କ ଏହି ଅଧୁରା ସ୍ୱପ୍ନକୁ ତାଙ୍କ ଶିଶ୍ୟ ଗ୍ୟାନାନନ୍ଦ ସରସ୍ୱତୀ ମହାରାଜ ଓ ଆଶ୍ରମର ଭକ୍ତ ମଣ୍ଡଳୀ ମିଳିତଭାବେ ଏବେ ସାକାର କରିଛନ୍ତି! ତିନିଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସାଙ୍ଗକୁ ରାଜ୍ୟର ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ଆୟୋଜିତ ହୋଇଥିଲା! ଏଥିସହ ଦୈନିକ ସଙ୍କିର୍ତନ ,ଲଉଡିଖେଳ ଓ ଦିବ୍ୟାଙ୍ଗଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା! ତିନିଦିନ ଧରି ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବାସହ ଉତ୍ସବ ସ୍ଥଳରେ ବହୁ ସଖ୍ୟାରେ ଦୋକାନ ବଜାର ବସିଥିଲା!ପ୍ରତ୍ୟହ ସନ୍ଧ୍ୟାରେ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାସହ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ! ଜେନାପୁର ଥାନା ପୋଲିସ ପକ୍ଷରୁ ଆଇନ ସୃଙ୍ଖଳାରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା!

Leave A Reply