ବିରିୟାନୀ ରେ ବ୍ୟବହାର ହେଉଥିବା ଷ୍ଟାର ଫ୍ଲlୱାର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରି ଶରୀରକୁ ଯୋଗାଇଥାଏ ପୋଷାକ ତତ୍ୱ
ସାଧାରଣ ଭାବରେ ଆମେ ସମସ୍ତେ ବିରିୟାନୀ ଖାଇବା କିମ୍ବା ପ୍ରସ୍ତୁତ ସମୟ ରେ ଷ୍ଟାର ଫୁଲ କୁ ଦେଖିଥାଉ, ଯାହା ପ୍ରାୟ ସମସ୍ତ ଓଡ଼ିଆ ରୋଷେଇ ଘରେ ଦେଖିବାକୁ ମିଳିଥାଏ l ଏହି ଫୁଲଟି କେବଳ ଖାଦ୍ୟ ର ସୁଗନ୍ଧ ବୃଦ୍ଧି କରେନାହିଁ କିମ୍ବା ଖାଦ୍ୟ ର ସ୍ୱାଦ ବଢାଇନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ହିତକର l ପଞ୍ଜାବ ର ଷ୍ଟେଟ ଆୟୁର୍ବେଦିକ ଇନ୍ଷ୍ଟିଚିୟୁଟ ରେ ହୋଇଥିବା ଗୋଟିଏ ଗବେଷଣାରେ କୁହାଯାଇଛି ଯେ ଏହି ଷ୍ଟାର ଫୁଲ ରେ ମିନେରାଲସ , ଆଣ୍ଟିଅକ୍ସିଦାଣ୍ତ ଓ ଅନେକ ଗୁଡିଏ ଭିଟାମିନ ରହିଛି l ପ୍ରତିଦିନ ସେବନ ଦ୍ୱାରା ଅନେକ ରୋଗରୁ ଆରାମ ମିଳିଥାଏ l ଏହାକୁ ଆପଣ ଚା, କଢ଼ା ଓ ମସଲା ଭାବରେ କରିପାରିବେ l
– ଗବେଷକ ଙ୍କ ମତରେ ଚା ରେ ଯଦି ଷ୍ଟାର ଫୁଲ ସେବନ କରିବେ ବିଭିନ୍ନ ଋତୁଜନିତ ସଂକ୍ରମଣ ରୁ ଆରାମ ପାଇବେ l କାଶ, ଜ୍ୱର ପ୍ରବୃତି ରୁ ଆରାମ ଦେଇଥାଏ l ଚକ୍ରଫୁଲ ରେ ଆଇରନ, କ୍ୟାଲସିୟମ, ମଗ୍ନେଶୀୟମ ସହିତ ଅନେକ ପୋଷକ ତତ୍ୱ ରହିଛି l ଯାହା ଇମ୍ୟୁନିଟି କୁ ବୁସ୍ତ କରିଥାଏ l
– ଯଦି ଶରୀର ଫୁଲିବା ଓ ଯନ୍ତ୍ରଣା କିମ୍ବା ଦରଜ ରହୁଛି ଷ୍ଟାର ଫୁଲ କୁ ପାଉଡର ଭାବରେ ପ୍ରସ୍ତୁତ କରି ତାହାକୁ ସୋରିଷ ତେଲରେ ମିଶାଇ ମାଲିସ କରିବା ଦ୍ୱାରା ଯନ୍ତଣା ରୁ ଆରାମ ମିଳିଥାଏ l ପ୍ରତିଦିନ ସେବନ ଦ୍ୱାରା ଶରୀର କୁ ଆରାମ ମିଳିଥାଏ l ପାଚନ ସମସ୍ୟା ହେଉଥିଲେ ଏହାର ପାଉଡର କୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଆରାମ ମିଳିଥାଏ l
– ଆୟୁର୍ବେଦ ଅନୁସାରେ ଆଜିର ସମୟ ରେ ଅଧିକ କାମର ଚାପ କିମ୍ବା ଅଧିକ ଇଲେକ୍ଟ୍ରୋନିକ ଜିନିଷ ବ୍ୟବହାର ଦ୍ୱାରା ନିଦ୍ରା ହୀନତାର ଶିକାର ଆମେ ସମସ୍ତେ ପ୍ରାୟ ହେଉଛି କିନ୍ତୁ ଏପରିସ୍ଥିତିରେ ଯଦି ନିୟମିତ ଆମେ ଷ୍ଟାର ଫୁଲ ରେ ପ୍ରସ୍ତୁତ ଚା ସେବନ କରିବେ ତେବେ ଅନିଦ୍ରା ଦୋଷ ଦୂର ହେବ l