ବିରିଡି : ବିରିଡି ଥାନା ଦଣ୍ଡିଲୋ ଗ୍ରାମରେ ନବବଧୂ ଧରିତ୍ରୀ ରାଉତଙ୍କ ମୃତ୍ୟୁ ଘଟଣା ଏକ ମାସ ବିତି ଗଲାଣି । ଏହି ଘଟଣାରେ ସଂପୃକ୍ତ ଥିବା ନଣନ୍ଦଙ୍କୁ ଏଯାବତ ବିରିଡି ପୋଲିସ ଗିରଫ କରିବାରେ ବିଫଳ ହେବା ଏବଂ ଧରିତ୍ରୀର ବିବାହ ସମୟରେ ବାପ ଘର ତରଫରୁ ଦିଆଯାଇଥିବା ପାଖାପାଖି ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏପର୍ଯ୍ୟନ୍ତ ଧରିତ୍ରୀର ବାପା ଓ ଭାଇଙ୍କୁ ମିଳିପାରି ନଥିବାରୁ ଶୁକ୍ରବାର ଦିନ ଧରିତ୍ରୀର ବାପା ଘର ପରିବାର ସମେତ ବହୁ ସଂଖ୍ୟାରେ ମହିଳା ଓ ଗ୍ରାମବାସୀ ବିରିଡି ଥାନା ରେ ଧାରଣା ଦେଇଥିଲେ ।
ଯେ ପର୍ଯ୍ୟନ୍ତ ସଂପୃକ୍ତ ଥିବା ନଣନ୍ଦ ଗିରଫ କରାନଯାଇଛି ଏବଂ ଦିଆଯାଇଥିବା ସୁନା ଗହଣା କୁ ତୁରନ୍ତ ଫେରାଇ ଦିଆନଯାଇଛି ସେ ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ସଫା ସଫା ଗ୍ରାମବାସୀମାନେ ସୁଣାଇ ଦେଇଥିଲେ । ଏହି ଧାରଣା ଚାଲୁଥିବାର ଖବର ପାଇ ଜଗତସିଂହପୁର ଏସଡିପିଓ ପ୍ରିୟ ରଂଜନ ସତପଥି ବିରିଡି ଥାନା ଆଗରେ ଚାଲୁଥିବା ଧାରଣା ସ୍ଥଳରେ ପହଂଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଖୁବ ଶିଘ୍ର ଦୋଷୀକୁ ଧରାଜିବ ସହ ବାକି ଥିବା ଜିନିଷ ପତ୍ର କୁ ସେମାନଙ୍କ ଠାରୁ ଜବତ କରାଯିବ ବୋଲି ପ୍ରତିଶୃତି ନେବାରୁ ଗ୍ରାମବାସୀ ମାନେ ଧାରଣାରୁ ଉଠିଥିଲେ ।
ପ୍ରକାଶ ୍ୋଗ୍ୟ ଯେ ଗତ ଜୁନ ମାସ ୨ ତାରିଖରେ ହଳଦିଆପଡାର ରାମଚନ୍ଦ୍ର ରାଉତଙ୍କ ଭଉଣୀ ଧରିତ୍ରୀ ରାଉତକୁ ତାର ଦଣ୍ଡିଲୋ ସ୍ଥିତ ଶାଶୁଘର ପରିବାର ବା ଶାଶୁ , ଶଶୁର, ସ୍ୱାମୀ, ନଣନ୍ଦ ମାନେ ପାଶବିକ ଅତ୍ୟାଚାର କରିବା ସହ ଜୀବନରୁ ମାରି ଦେଇଥିବା ନେଇ ବିରିଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିରିଡି ଥାନା ଅଧିକାରୀ ସ୍ୱାମୀ ଦିଲ୍ଲିପ ସ୍ୱାଇଁ ଓ ଶାଶୁ ବାସନ୍ତି ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲଣ କରି ସାରିଥିବା ବେଳେ ନଣନ୍ଦକୁ ଗିରଫ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ସଂପୃକ୍ତ ନଣନ୍ଦଙ୍କୁ ଯଥା ଶିଘ୍ର ଗିରଫ କରିବାକୁ ବାରମ୍ବାର ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି ।
