ଖଇରା : ରାଜ୍ୟ ଭାରତ ସ୍କାଉଟ ଗାଇଡ ଏବଂ ଜିଲା ଭାରତ ସ୍କାଉଟ ଗାଇଡର ମିଳିତ ସହଯୋଗରେ ଶୁକ୍ରବାର କରୋନା ସଚେରନତା ତଥା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଗାଇଡ ଶିକ୍ଷକ ରଘୁନାଥ ଜେନା,ନରୋତ୍ତମ ପୁଟି,ସୁରେନ୍ଦ୍ର ବେଶ୍ରା,ଗାଇଡ କ୍ୟାପଟେନ ସକୁନ୍ତଳା ମାଝୀ ପ୍ରମୁଖ ଖଇରା ବ୍ଲକ,ତହସିଲ,ଥାନାର ବିଭିନ୍ନ କର୍ମଚାରୀ ସହିତ ଶିଶୁ ବିଦ୍ୟା ମନ୍ଦିର ତଥା ଆଳଦା ଛକ,ତୋରାଣିପଦା ଛକ,ଖଇରା ବଜାରର ବ୍ୟବସାୟୀ ଲୋକଙ୍କୁ ଭେଟି ହାତ ଧୋଇବା ସାମାଜିକ ଦୂରତା ରଖିବା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନ କରାଇଥିଲେ । ଏଥିସହ ୧ହଜାରରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଥିଲେ
