ବିରିଡି ; ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗୁରୁବାର ଦିନ ବିରିଡି ବ୍ଲକ ଗ୍ରସ୍ତ କରିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରଥମେ କୂଳକଇଜଙ୍ଗା ପଂଚାୟତର ବିରିଡି ୟୁ ପି ସ୍କୁଲରେ ହେଉଥିବା ୨୦,୨୧ ନଂ ବୁଥକୁ ଦେଖିବା ସହ ବୁଥ ହେଉଥିବା କୋଠରୀର ସ୍ଥିତି ପରଖିଥିଲେ । ପରେ ପରେ ହାଜିପୁର ପଂଚାୟତ ଗ୍ରସ୍ତ କରି ପଂଚାୟତର ହାଜିପୁର ପ୍ରାଇମେରୀ ସ୍କୁଲ ରେ ହେଉଥିବା ୧୮ ନଂ ବୁଥ ଏବଂ ଚାନ୍ଦପୁର ପ୍ରାଇମେରୀରେ ହେଉଥିବା ୨୦ ନଂ ବୁଥକୁ ପରିଦର୍ଶନ କରିବା ସହ ଉକ୍ତ ୨ ଟି ବୁଥରେ ୧ ହଜାରରୁ ଉର୍ଦ୍ଧ ଭୋଟର ଭୋଟ ଦେଉଥିବାରୁ ତାକୁ ଆଉ ଅଧିକ ଦୁଇଟି ବୁଥ ତଥା ୧୮, ୧୮ଏ ଓ ୨୦, ୨୦ ଏ ୪ ଟି ବୁଥ କରିବାକୁ ପ୍ରଶାସନ ନିଦେ୍ଧଶ ଦେଇଥିଲା ।
ହାଜିପୁର ଗ୍ରସ୍ତ ସମୟରେ ସରପଂଚ ବିମଳ ସେଠୀ ଜିଲ୍ଲାପାଳଙ୍କୁ ଭେଟି କୋଭିଡ-୧୯ ପାଇଁ ଧ୍ୟାନଚ୍ଦ୍ର କଲେଜରେ କରାଯାଇଥିବା ନୋଡାଲ ଟିଏମସି ସେଂଟରରେ ପ୍ରତିଦିନ ଖର୍ଚ୍ଚ କରାଯାଉଥିବା ଅର୍ଥ ବର୍ତମାନ ସୁଧା ୩ ଲକ୍ଷ ଟଙ୍କା ଉପରେ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ସେ ଅର୍ଥକୁ ପ୍ରଦାନ କରିବାକୁ ଆଦୈ ଆନ୍ତରିକତା ଦେଖାଉନଥିବାର ବହୁ ହଇରାଣ ହେବାକୁ ପଡୁଛି ବୋଲି ଦୃଶ୍ଟି ଆକର୍ଶଣ କରିଥିଲେ । ଏହା ଜାନୀବା ପରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ବିଡିଓ ହେମନ୍ତ କୁମାର ମହନ୍ତଙ୍କୁ କାହିଁକି ଏପର୍ଯ୍ୟନ୍ତ ଅର୍ଥ ଦେଇ ନପାକାଇଛନ୍ତି ବୋଲି ବର୍ଷୀବା ସହ ତାଗିଦ କରିଥିଲେ ଏବଂ ଯଦି ଉକ୍ତ ଅର୍ଥ ୭ ଦିନ ମଧ୍ୟରେ ନ ଦିଆଯାଏ ତେବେ ବିଡିଓ ଓ ସଂପୃକ୍ତ ଯନ୍ତ୍ରୀଙ୍କ ଦରମା ବନ୍ଦ ଦିଆଯିବା ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ସେହିପରି ଉତରଶାସନ ପଂଚାୟତର ମଧ୍ୟଶାସନ ୟୁପି ସ୍କୁଲରେ ଥିବା ୯ ନଂ ବୁଥ, ବୁଢାପଡା ପଂଚାୟତର ଗୌସୁନଗର ପ୍ରଥମିକ ବିଦ୍ୟାଳୟରେ ଥିବା ୧୪୧ ନଂ ବୁଥ ଓ ସଢେଇ ଶାସନ ପଂଚାୟତର ଅଣଖିଆ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୭୧ ଓ ସଢେଇଶାସନ ପ୍ରାଥମିକ ବିଦ୍ୟାଳୟର ୧୭୨ ନଂ ବୁଥ ଦେଖିବା ସହ ସ୍ଥିତି ପରଖିଥିଲେ । ତେବେ ଏ ସବୁ ବୁଥ ଗୁଡିକରେ ଏକ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଭୋଟର ଭୋଟ ଦେଉଥିବାରୁ ସେଗୁଡିକୁ ଆଉ ଅଧିକ ସଂଖ୍ୟାରେ ନୂତନ ବୁଥ କରିବା ସହ ଯଦି ନିର୍ବାଚନ କରାଯାଏ ତେବେ ଏହା ଦ୍ବାରା ସାମାଜିକ ଦୂରତା ରଖାଯିବା ସହ କୋଭିଡ ନିୟମ ପାଳନ କରାଯାଇପାରିବ । ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ ବିରିଡି ବିଡିଓ ହେମନ୍ତ ମହନ୍ତ, ଗ୍ରାମ ପଂଚାୟତ ଅଧିକାରୀ ମହାପାତ୍ର ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇଥିଲେ ।