Odisha news

ଆଇଓସିଏଲ୍ ରେ ମରାମତି କାର୍ଯ୍ୟ ଆରମ୍ଭ କିନ୍ତୁ ମରାମତିରେ ଯୋଗ ନଦେଇ ଧାରଣାରେ ବସିଲେ ଶ୍ରମିକ

0

ପାରାଦୀପ : ଆଇଓସିଏଲ୍ରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ‘ପାରାଦୀପ ପେଟ୍ରୋଲିୟମ୍ ଆଣ୍ଡ୍ ହ୍ୟାଣ୍ଡେଲିଙ୍ଗ ପ୍ରଡକ୍ଟ ଆଣ୍ଡ କ୍ୟାରିୟର ଏମ୍ପ୍ଲୟର୍ସ ୟୁନିଅନ’ର ଶ୍ରମିକମାନେ ଧାରଣାରେ ବସି ରହିଛନ୍ତି । ସେମାନେ ପୂର୍ବରୁ ଯେଉଁ ଅଭିଯୋଗ କରିଥିଲେ ଆଇଓସିଏଲ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ ।

ଏଣୁ ଆଜି ସେମାନେ ମରାମତି କାର୍ଯ୍ୟରେ ଯୋଗ ନ ଦେଇ ଧାରଣାରେ ବସି ରହିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ, ଆଇଓସିଏଲ୍ରେ ମରାମତି କାର୍ଯ୍ୟ ପାଇଁ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ ପାରାଦୀପ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି ।

ଏହି ସମୟ ମଧ୍ୟରେ ଯଦି ଶ୍ରମିକମାନେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି, ତେବେ ସେମାନଙ୍କ ପରିବାର କେମିତି ଚଳିବ ଏ ନେଇ ଆଇଓସିଏଲ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଏଣୁ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରି ଆଇଓସିଏଲ କର୍ତୃପକ୍ଷ ବନ୍ଦର ପ୍ରଶାସନ ଭଳି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସେମାନଙ୍କ ପରିବାରବର୍ଗରୁ ଜଣଙ୍କୁ ଚାକିରି ଦେବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହାସହ ମରାମତି କାର୍ଯ୍ୟ କରିବା ସମୟରେ ପ୍ରତ୍ୟେକ ଶ୍ରମିକଙ୍କୁ ସମସ୍ତ ନିରାପତା ସାମଗ୍ରୀ ଯୋଗାଇ ଦେବା ପାଇଁ ଦାବି କରଯାଇଛି । ସଂଗଠନର ସାଧାରଣ ସମ୍ପାଦକ ସନାତନ ବେହେରା, ଯୁଗ୍ମ ସମ୍ପାଦକ ଅଭିମନୁ୍ୟ ବେହେରା ଓ ଶ୍ରମିକ ବିଜୟ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି ।

Leave A Reply