Odisha news

ବିରିିଡି ବ୍ଲକ ମାଟ୍ରିକ ଟପରଙ୍କୁ ସମ୍ବଦ୍ଧନା

0

ବିରିଡି  ; ଗତ କାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ସର୍ବାଧିକ ୫୬୫ ନମ୍ବର ରଖି ଟପର ହୋଇଥିବା ଅଣଖିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରତିଭା ବାନ ଛାତ୍ରୀ କ୍ଷୀରାବ୍ଧି ତନୟା ସତପଥି ଙ୍କୁ ଆଜି ତାଙ୍କ ବାସ ଭବନ ମଇନ୍ଦପୁର ଠାରେ ଯୁବ ସଂଗଠକ ଶିକ୍ଷାବିତ ଇଂରାଜୀ ବିଭାଗର ଅଧ୍ୟାପକ ବିଶ୍ୱରଂଜନ ଦାଶ ଏବଂ ପୂର୍ବତନ ଛାତ୍ର ପ୍ରତିନଧି ସଂଗଠକ ଆଷାଢ ସାହିତ୍ୟ ସଂସଦର ସମ୍ପାଦକ ଖଗେଶଯବର ମହାରଣା ପହଂଚି ତାଙ୍କୁ ସମ୍ବଦ୍ଧିତ କରିବା ସହ ଉଚ୍ଚତର ଶିକ୍ଷା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରକାଶ ଯୋଗ୍ୟ ପରିବାରର ଦାରିଦ୍ରତାର କଷାଘାତ ଆର୍ଥିକ ଦୁରାବସ୍ଥା ସତ୍ୱେ ବି ସ୍ୱପ୍ନକୁ ଶ୍ରମ ସାଧନା ସାହାର୍ଯ୍ୟରେ ସଫଳ କରିପାରିଛନ୍ତି ।

ବ୍ଲକ ମାଟ୍ରିକ ଟପର କ୍ଷୀରାବ୍ଧି ତନୟା ସେ ପାଠ ଆରମ୍ଭରୁ ବେଶ କୃତିତ୍ୱ ଅର୍ଜନ କରିବା ସହ ନିରନ୍ତର ଭାବେ ତୃତୀୟ ମେଧା ବୃତି , ପଂଚମ ମେଧାବୃତି (ବ୍ଲକରେ ପ୍ରଥମ) ପଠାଣୀ ସାମନ୍ତ ମେଧାବୃତି  (ବ୍ଲକର ପ୍ରଥମ) ଏନଆଇଟିଏସ ରେ ଯୋଗ୍ୟତା ଅର୍ଜନ, ବ୍ରଜବନ୍ଧୁ ମେଧାବୃତି (ଜିଲ୍ଲାରେ ପ୍ରଥମ ରାଜ୍ୟରେ ୩ୟ) ଶିକ୍ଷା ବିକାଶ ସମିତି ମେଧାବୃତି, ଭାରତୀ କଋଷ୍ଣ ମେଧାବୃତି ପାଇଛନ୍ତି । ଏସବୁ ସଫଳତା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପ୍ରଧାନ ଆଚାର୍ଯ୍ୟ ନବୀନ ଗୁରୁଜୀଙ୍କ ପ୍ରେରଣା ତଥା ଶିକ୍ଷାବିତ ବିଶ୍ୱ ରଂଜନ ଦାଶଙ୍କ ଉସôାହ ଯୋଗୁଁ ଏହା ସମ୍ଭବ ହୋଇଛି । ମୋର ସଫଳତାର ଶ୍ରେୟ ଜେଜେ ବାପା, ଜେଜେ ମା, ବାପା ଓ ମା ଓ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଇଛନ୍ତି । ତାଙ୍କ ଜେଜେ ବାପା ନରେନ୍ଦ୍ର ସତପଥି ଜଣେ ଓଏଏସ ବାପା ଦିଲ୍ଲିପ କୁମାର ସତପଥି ଜଣେ ଚାଷୀ ମା ଏକ ଶିଶୁ ମନ୍ଦିରରେ ଶିକ୍ଷକତା କରୁଛନ୍ତି । ଶେଷରେ ସେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ ରଖିଛନ୍ତି ।

Leave A Reply