Odisha news

ଦେଶୀ ବନ୍ଧୁକ ସହ ଯୁବକ ଗିରଫ ।

0

ବିରଜାକ୍ଷେତ୍ର  : ଯାଜପୁର ସହରରେ ଗତ ଗୁରୁବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକକୁ ଏକ ଦେଶୀ ବନ୍ଧୁକ ସହ ଗିରଫ କରିଛି । ଯାଜପୁର ପୁରୁଷୋତ୍ତମପୁର (ସାନବଜାର) ଅଞ୍ଚଳର ନରେନ୍ଦ୍ର କୁମାର ମହାଳିକଙ୍କ ପୁଅ କୁକୁନ୍ ଓରଫ ଲକ୍ଷ୍ମୀଧର ମହାଳିକ (୨୪) ଏକ ଦେଶୀ ବନ୍ଧୁକ ସହ ରାତିରେ ବୁଲୁଥିବା ବେଳେ ପୋଲିସ ସନେ୍ଦହରେ ତାଙ୍କୁ ଧରିଥିଲା ।

ତାଙ୍କ ନିକଟରୁ ଏକ ବେଆଇନ ଦେଶୀ ବନ୍ଧୁକ ଜବତ କରାଯାଇଛି । ଯାଜପୁର ପୋଲିସ ଥାନା କେଶ୍ ନଂ ୮୨/୨୦୨୦ ମକୋଦ୍ଦମା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply