Odisha news

ଜିତନ ରାମ ମାଁଝି ମହାମେଣ୍ଟ ଛାଡ଼ିବାର ସଙ୍କେତ ଦେବା ପରେ ତେଜସ୍ବୀ ଯାଦବ କହିଲେ ‘ନିଜ ନିଷ୍ପତ୍ତି ନିଜେ ନେଇପାରିବେ’

0

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିତନ୍ ରାମ ମାଁଝିଙ୍କ ନେତୃତ୍ୱାଧୀନ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମନିରପେକ୍ଷ) ଆରଜେଡିକୁ ଧମକ ଦେଇ ମହାମେଣ୍ଟ ଛାଡ଼ିବାର ସଙ୍କେତ ଦେଇଛି। ଏହାକୁ ନେଇ ବିରୋଧୀ ଦଳ ନେତା ତଥା  ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ସମସ୍ତେ ନିଷ୍ପତ୍ତି ନେବାକୁ ସ୍ବତନ୍ତ୍ର। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝି ଯଦି ମହାମେଣ୍ଟ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ସେ ରୋକିବେ ନାହିଁ। ଜିତନ ନିଜ ନିଷ୍ପତ୍ତି ନିଜେ ନେଇପାରିବେ ବୋଲି କହିଛନ୍ତି ତେଜସ୍ବୀ ଯାଦବ।

महागठबंधन में घमासान: लालू को धमकी दे CM नीतीश से मिले मांझी, बिहार में गरमाई सियासत
image source-jagran.com

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ମହାମେଣ୍ଟର ସହଯୋଗୀ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଁଝି ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଦୀର୍ଘ ସମୟ ଧରି ଭେଟିଥିଲେ । ଏହି ଘଟଣାକୁ ନେଇ ଏବେ ବିହାର ରାଜନୀତି ସରଗରମ ରହିଛି ।
ସେ  ନିତିଶଙ୍କୁ ଭେଟିବା ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଧମକ ଦେଇଥିଲେ । ସେ କହିଥିଲେ ଯେ, ଯଦି ଆରଜେଡି ତା’ର ଆଚରଣ ଓ କାର୍ଯ୍ୟଧାରା ନ ବଦଳାଏ ତେବେ ମାର୍ଚ୍ଚ ପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଆମେ ବାଧ୍ୟ ହେବୁ । ତେଣୁ ନିତିଶଙ୍କ ସହ ଏହି ସାକ୍ଷାତକୁ ମହାମେଣ୍ଟରେ ଦେଖାଦେଇଥିବା ଫାଟ ସହ ଯୋଡ଼ାଯାଉଛି ।

ଅପରପକ୍ଷରେ ଆରଜେଡି ପକ୍ଷରୁ କୁହାଯାଇଛି ଯେ ମାଁଝିଙ୍କ  ଦାବି ଯଥାର୍ଥ ନୁହେଁ। ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ତିନୋଟି ଆସନ ଛଡ଼ା ଯାଇଥିଲା, ତାଙ୍କ ପୁଅକୁ ଏମଏଲସି କରାଯାଇଛି। ସେ ଆରଜେଡି ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ |

Leave A Reply