ଆମ ଜୀବନ ନୀତିଶାସ୍ତ୍ର ଉପରେ ଆଧାରିତ ଅଟେ l କାରଣ ଜୀବନ ରେ ଯଦି ନୀତିଶାସ୍ତ୍ର ନଥିବ ତେବେ କଦାପି ଧନ, ଉନ୍ନତି, ରାଜନୀତି, ବନ୍ଧୁତା ଓ ପଇସା ସମ୍ବନ୍ଧୀୟ ସମସ୍ୟା ବିଷୟରେ ଆମେ ଠିକ ଭାବରେ ଜାଣି ପରିବା ନାହିଁ l ଯାହାକି ଆମ ଜୀବନ ପାଇଁ ଖୁବ ଜରୁରୀ ହୋଇଥାଏ l
ଆଜିର ବିଦୁର୍ନୀତିରେ ଆମେ ଜାଣିବା ଆବଶ୍ୟକ କିଭଳି ପ୍ରକାରର ଲୋକଙ୍କୁ ପଇସା ଉଦ୍ଧାର ଦେବା ଉଚିତ ନୁହେଁ l ଯାହାଦ୍ୱାରା ଆମେ ପଇସା ତ ଫେରି ପାଇ ନଥାଉ, ଏହାଛଡା ଆମର ସମ୍ବନ୍ଧ ମଧ୍ୟ ଖରାପ ହୋଇଥାଏ l ତେଣୁ ଏଭଳି ଲୋକଙ୍କୁ ପଇସା ଉଦ୍ଧାର ଦେବାରୁ ଦୁରେଇ ରହିବା ଆବଶ୍ୟକ l
– ବିଦୁର୍ନୀତି ଅନୁସାରେ ସେହି ଲୋକଙ୍କୁ କଦାପି ପଇସା ଉଦ୍ଧାର ଦେବା ଉଚିତ ନୁହେଁ , ଯେଉଁମାନେ ଅଳସୁଆ ପ୍ରକୃତିର ଅଟନ୍ତି l ବିଦୁରଙ୍କ ନୀତି ଅନୁସାରେ ଅଳସୁଆ ଲୋକକୁ ପଇସା ଉଦ୍ଧାର ଦେବା ଦ୍ୱାରା ତମ ନିଜର କ୍ଷତି ହୋଇଥାଏ l କାହିଁକି ନା ଅଳସୁଆ ଲୋକ ର ନକାରାତ୍ମକ ପ୍ରଭାବ ମଧ୍ୟ ଆପଣଙ୍କ ଉପରେ ପଡିପାରେ l କାହିଁକି ନା ସେମାନେ ଅନ୍ୟ ଉପରେ ବୋଝ ସଦୃଶ ଅଟନ୍ତି l
– ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଭୁଲ କାର୍ଯ୍ୟରେ ସଂଶ୍ଲିଷ୍ଟ ରହିଛି, କଦାପି ତାକୁ ଧନ ଉଦ୍ଧାର ଦେବା ଉଚିତ ନୁହେଁ l କାରଣ ସେମାନେ ପଇସାର ପ୍ରୟୋଗ ଖରାପ କାର୍ଯ୍ୟରେ କରି ଥାଆନ୍ତି l ଏଭଳି ଲୋକଙ୍କ ନିକଟରୁ ପଇସା ଫେରି ପାଇବା ମଧ୍ୟ ସମ୍ଭବ ନୁହେଁ ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୁଅନ୍ତି l
– ଯେଉଁ ଲୋକମାନେ ବିଶ୍ୱାସ ଯୋଗ୍ୟ ନୁହନ୍ତି ସେମାନଙ୍କୁ କଦାପି ପଇସା ଉଦ୍ଧାର ଦେବା ଉଚିତ ନୁହେଁ l କାରଣ ସେମାନଙ୍କ ନିକଟରୁ ଧନ ଫେରି ପାଇବା ଅସମ୍ଭବ ଅଟେ l
