Odisha news

ବିଦୁରଙ୍କ ନୀତି : ଏହି ୩ ପ୍ରକାର ଲୋକଙ୍କୁ ନିଜର ଗୋପନ ତଥ୍ୟ କହିବା ଦ୍ୱାରା ବିପଦରେ ପଡିପାରନ୍ତି

0

ବିଦୁର ନୀତି ମହାଭାରତ କାଳର ବିଦୁରଙ୍କରେ ବିଚାରକୁ ଦର୍ଶାଇଥାଏ l ଏହି ନୀତିରେ କିଛି ଅଂଶରେ ବିଦୁର ଆଜିର ମଣିଷ ସମାଜ ପାଇଁ ଦେଇ ଯାଇଥିବା କେତୋଟି ଉପଦେଶକୁ ଅମେ ମାନେ ଆପଣାଇବା ନିହାତି ଆବଶ୍ୟକ l କୁରୁବଂଶ କାଳରେ ବିଦୁର ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ,ସେଥିପାଇଁ ତାଙ୍କ ଭାଇ ଯେକୌଣସି ରାଜକାର୍ଯ୍ୟ ହେଉ ପରାମର୍ଶ କରିବାକୁ ଉଚିତ ମାନେ କରୁଥିଲେ l କୁହାଯାଏ ଯେ ଦ୍ରୁତରାଷ୍ଟ୍ର କୌରବ ମାନଙ୍କ ବିରୁଦ୍ଧରେ ଯାଇ ବିଦୁରଙ୍କ ପରାମର୍ଶ ନେଇ କାର୍ଯ୍ୟ କରୁଥିଲେ ଏବଂ ଏହା ମଧ୍ୟ କୁହାଯାଏ ପାଣ୍ଡବ ମାନେ ମହାଭାରତ ଯୁଧ୍ୟରେ ବିଜୟ ହାସଲ କରିବାର ଗୋଟିଏ ବଡ଼ କାରଣ ମଧ୍ୟ ହେଉଛି ପାଣ୍ଡବ ମାନଙ୍କ ସହିତ ବିଦୁର ରହିଥିଲେ l ବିଦୁର ଜଣେ ନୀତିବାନ ପୁରୁଷ ହୋଇଥିବାରୁ କହିଛନ୍ତି ନିଜର କୌଣସି ମହତ୍ଵପୁର୍ଣ କଥାକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ ଯାହା ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇ ପରେ l

ଲୋଭି ଲୋକ

ବିଦୁରଙ୍କ ନୀତିରେ କୁହାଯାଇଛି ଯେଉଁ ବ୍ୟକ୍ତି ଲୋଭି ହୋଇଥାଏ ,ସେ କୌଣସି ବ୍ୟକ୍ତି ସହିତ ସମ୍ପର୍କ ରାଖିବା ପାଇଁ ଯୋଗ୍ୟ ନୁହେଁ l ଲୋଭି ବ୍ୟକ୍ତି ନିଜର ପିତାଙ୍କ ସହିତ ମାଧ୍ୟା ଛଳନା କରିବାକୁ ପଛାଏ ନାହିଁ l ସେଥିପାଇଁ ଲୋଭି ଲୋକଙ୍କୁ କେବେବି ନିଜର ରହସ୍ୟ କୁହନ୍ତୁ ନାହିଁ ସେ ସାମୟ ଆସିଲେ ଆପଣଙ୍କର ସହାୟତାକୁ ମଧ୍ୟ ଭୁଲିଯିବା l

ଯିଏ ଅଧିକ କଥା କହିଥାଏ

ଯେଉଁ ବ୍ୟକ୍ତି ଅଧିକ କଥା କହିବାର ସଉକି ଅଟେ ,ସେ ଅନ୍ୟମାନଙ୍କ ପାଇଁ ବିପଦ ହୋଇପାରେ l କାରଣ ଯେଉଁ ଲୋକମାନେ ଅଧିକ କଥାବାର୍ତ୍ତା କରିବାର ଅଭ୍ୟାସ ରଖିଥାନ୍ତି ସେମାନେ ଅନ୍ୟର କଥା ସବୁବେଳେ ଚାରିଆଡେ ଗପନ୍ତି ଓ ନିଜ କଥା କମ ଚିନ୍ତା କରନ୍ତି l ଏହି ସମୟରେ ସେମାନେ ଅନ୍ୟର ରହସ୍ୟକୁ ଜାଣିବାକୁ ଚେଷ୍ଟା କରି ଲୋକଲୋଚନକୁ ଆଣନ୍ତି l

ଚାଲାକ ବ୍ୟକ୍ତି

ବିଦୁର କୁହନ୍ତି ଯେଉଁ ବ୍ୟକ୍ତି ଚାଲାକ ହୋଇଥାଏ ସେ ସବୁବେଳେ ଅନ୍ୟମାନଙ୍କର ରହସ୍ୟ ଜାଣି ବାକୁ ଇଛା କରିଥାଏ ,ଏପରି ବ୍ୟକ୍ତିକୁ ଯଦି ଆପଣ ନିଜର କିଛି ରହସ୍ୟ କହୁଛନ୍ତି ତେବେ ସେ ସରଳତର ସହିତ ଆପଣଙ୍କ ଭାବନାକୁ ଆଘାତ ଦେଇପାରେ ଓ ସମୟ ଆସିଲେ ସେ ଏହି କଥାପାଇଁ ଆପଣଙ୍କ ପାଖରୁ ସ୍ୱାର୍ଥ ହାସଲ କରିବକୁ ଚେଷ୍ଟା କରିଥାଏ l ସେଥିପାଇଁ କୁହାଯାଏ କୌଣସି ବ୍ୟକ୍ତିକୁ କିଛି ନିଜ ବିଷୟରେ କହିବା ପୂର୍ବରୁ ସେ ଆପଣଙ୍କର କେତେ ବିଶ୍ୱସ୍ତ ତାହା ଚିନ୍ତା କରନ୍ତୁ

 

Leave A Reply