Odisha news

ବିଦୁରଙ୍କ ନୀତିରେ :ଏହି ତିନିଟି ପରିସ୍ଥିତିରେ ବ୍ୟକ୍ତିକୁ ମିଳିଥାଏ ଜୀବନରେ ଅସଲି ଶିକ୍ଷା

0

ମହାତ୍ମା ବିଦୁରଙ୍କର ନୀତି ବ୍ୟକ୍ତିକୁ ସର୍ବଦା ଜୀବନରେ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ l କୁହାଯାଏ ଯେ ନୀତି ଶାସ୍ତ୍ରକୁ ନେଇ ବ୍ୟକ୍ତି ବିପରୀତ ପରିସ୍ଥିତିରେ ସଫଳତା ହାସଲ କରିଥାଏ l ଆଜିର ବିଦୁରଙ୍କ ନୀତିରେ କୁହାଯାଇଛି ଯେ କେଉଁ ଜିନିଷ ବ୍ୟକ୍ତିକୁ ଜୀବନରେ ଉଚିତ ଶିକ୍ଷା ଦେଇଥାଏ l କାରଣ ଉଚିତ ଶିକ୍ଷା ପାଇଲେ ହିଁ ମଣିଷ ଜୀବନରେ ଉନ୍ନତି କରିବା ପାଇଁ ସଫଳ ହୋଇ ପରେ l

* ବିଦୁରଙ୍କ ନୀତିରେ ମଣିଷ ନିଜ ଜୀବନରେ ବିଷମ ପରିସ୍ଥିତିରେ ଉଚିତ ଶିକ୍ଷା ଲାଭ କରିଥାଏ l ବିପରୀତ ସମୟରେ କିମ୍ବା ଖରାପ ସମୟରେ ବ୍ୟକ୍ତି ପ୍ରକୃତ ବନ୍ଧୁ ,ପ୍ରକୃତ ସେବକ ଓ ଭଲ ସମ୍ପର୍କୀୟଙ୍କ ବିଷୟରେ ଜାଣିବାକୁ ପାଇଥାଏ l କାରଣ ଅନୁକୂଳ ପରିସ୍ଥିତି କିମ୍ବା ଭଲ ପରିସ୍ଥିତିରେ କିଏ କେଉଁ ପ୍ରକୃତିର ତାହା ଜାଣିବା ସମ୍ଭବ ହୋଇ ନଥାଏ l

* ବିଦୁର କହିଅଛନ୍ତି ଅସଫଳତା ଦ୍ୱାରା ବ୍ୟକ୍ତି ଜୀବନରେ ଉଚିତ ଶିକ୍ଷା ପାଇଥାଏ l ସେଥିପାଇଁ ହରିବାର ଭୟ ଯୋଗୁ କେବେ ଡରିବା ଉଚିତ ନୁହେଁ l ବରଂ ପୂର୍ବରୁ କରିଥିବା ଭୁଲ ଦ୍ୱାରା ଉଚିତ ଜ୍ଞାନ ଲାଭ କରି ଆଗକୁ ପ୍ରୟାସ କରିବା ଉଚିତ l ହାରିଥିବା ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କର ଉପଦେଶକୁ ଧ୍ୟାନ ଦେଇ ଶୁଣିବା ଆବଶ୍ୟକ l କାରଣ ବେଳେ ଆମ ଆଗରେ ଥିବା ବ୍ୟକ୍ତି ଆମକୁ ଏପରି କିଛି କଥା କହିଥାଅ ଯାହା ପୂର୍ବରୁ ଆମେ ଜାଣି ନଥାଉ l

* ନୀତିଶାସ୍ତ୍ର ଅନୁସାରେ ଅସୁବିଧା ବ୍ୟକ୍ତିର ଜୀବନରେ ଉଚିତ ଶିକ୍ଷା ଦେଇଥାଏ l ବିପଦ ପଡିଲେ ବ୍ୟକ୍ତି ଜୀବନକୁ ଠିକରେ ଅନୁଭବ କରି ପାରିଥାଏ l କାରଣ ଅସୁବିଧା ସମୟରେ ବ୍ୟକ୍ତି ଠିକ ଓ ଭୁଲର ଶିକ୍ଷା ଲାଭ କରି ପରେ l ବିଦୁର କହିଛନ୍ତି ଯେ ବ୍ୟକ୍ତି ଅସୁବିଧାର ସାମ୍ନା କରି ଆଗକୁ ବଢିବା ଦ୍ୱାରା ନିଶ୍ଚିନ୍ତ ଭାବରେ ସଫଳତା ଲାଭ କରିଥାଏ l

Leave A Reply