ନୂଆଦିଲ୍ଲୀ : ଚୋରି ଓ ମଦ ଯିଏ ଏହାର ଅଭ୍ୟାସରେ ପଡି ଯାଇଛି ତାହା ସହଜରେ ଛାଡି ପାରିବ ନାହିଁ l ଯଦି ଚୋର ମଦ ଚୋରି କରିବା ପାଇଁ ସମୁଦ୍ରରେ ଜାହାଜ ଲଗାଇ ଦିଅ ତେବେ ଏହା ଏକ ଚିନ୍ତାର କାରଣ l ଘଟଣାଟି ଘଟିଛି ଏହିପରି ,ଆର୍ଜେଣ୍ଟିନାର ସମୁଦ୍ର ଭିତରେ କିଛି ଦୁର୍ଲଭ ବିୟର ରଖାଯାଇଥିଲା ,ଯାହାକୁ କିଛି ବର୍ଷ ପରେ ବାହାର କରାଯାଇ ପାରିଥାନ୍ତା ଓ ଭଲ ମୂଲ୍ୟରେ ବିକ୍ରି ହୋଇଥାନ୍ତା l କିନ୍ତୁ ଯେତୋଟିବି ବୋତଲ ରଖା ଯାଇଥିଲା ,ସେଥିରୁ ଏକ ହଜାର ପଏଣ୍ଟ ବିୟର ଚୋର ଚୋରିକରି ନେଇ ଗଲା l
ଆର୍ଜେଣ୍ଟିନାର ପ୍ରସିଦ୍ଧ ମଦ କମ୍ପାନୀ ଗୁଡିକ ଯେଉଁ ମାନଙ୍କର ନାମ ହେଲା ହେଲର ,ଲା ପାଲୋମା ଓ ବମ ମିଳିତ ଭବରେ ଗତବର୍ଷ କିଛି ମଦ ବୋତଲ ସମୁଦ୍ର ଭିତରେ ରଖିଥିଲେ l ଏହି ବୋତଲ ଗୁଡିକ ଗୋଟିଏ ପୁରୁଣା ବୁଡି ଯାଇଥିବା ରୁଷିଆର ଜାହାଜ ମଝିରେ ରଖା ଯାଇଥିଲା l ଉଦେଶ୍ୟ ଥିଲାଯେ କିଛି ବର୍ଷ ରଖିବା ଅପରେ ସେଗୁଡିକୁ ବାହାର କରାଯାଇ ଭଲ ଦରରେ ନିଲାମ କରାଯାଇଥାନ୍ତା l ହେଲର କମ୍ପାନୀର ମାଲିକ ତାଙ୍କ ସହଯୋଗୀ ମାନଙ୍କ ସହିତ କଥାବାର୍ତା ହୋଇ ବୋତଲ ଗୁଡିକୁ ବାହାର କରିବାକୁ ଚେଷ୍ଟା କଲେ ଓ ସ୍ଥିର କରିଥିଲେ ଯେ ଆଉଥରେ ପ୍ୟାକ କରି ସେଠାରେ ରାଖିଦେବେ l
ଯେତେବେଳେ ଶ୍ରମିକ ମାନେ ସମୁଦ୍ର ଭିତରକୁ ବିୟର ବାହାର କରିବାକୁ ଯାଇଥିଲେ ସେତେବେଳେ ଦେଖିଥିଲେ ୧୩୧ ଟି ବାଷ୍କ ବିୟର ସେଠାରେ ନାହିଁ l ଏହି ଦଳରେ ସେତେବେଳେ ଯେଉଁ ଶ୍ରମମୟୀଙ୍କ ସାମିଲ ରଥିଲେ ସେହି ମାନଙ୍କୁ ହିଁ ସମୁଦ୍ର ଭିତରକୁ ପଠାଯାଇ ଥିଲା l ବର୍ତ୍ତମାନ ବିୟର କମ୍ପାନୀର ମାଲିକ ମାନେ କାହାକୁ ସନ୍ଦେହ କରିବେ ତାହା ଜାଣିପାରୁ ନାହାନ୍ତି l ସେମାନେ ଭାବିଥିଲେ ବିୟର ବିକି କିଛି ଭଲ କାମରେ କିମ୍ବା ଜନହିତକର କାମରେ ଲଗାଇବେ l ମାଲିକ ମାନେ ଶ୍ରମିକ ମାନଙ୍କୁ ସନ୍ଦେହ କରି ପୋଲିସର ଆଶ୍ରୟ ନେଇଥିଲେ l କିନ୍ତୁ ପୋଲିସ ଯାଞ୍ଚରେ ଶ୍ରମିକ ମାନଙ୍କ ଉପରେ ଲାଗିଥିବା ସନ୍ଦେହ ଭୁଲ ପ୍ରମାଣିତ ହେଲା l