ହନୁମାନ ଭଗବାନ ରାମଙ୍କର ଭକ୍ତ ମାନଙ୍କ ଠାରୁ ସବୁଠୁ ପ୍ରିୟ ଅଟନ୍ତି l ଭଗବାନ ରାମ ଓ ହନୁମାନଙ୍କର ମଧ୍ୟରେ ଅନେକ ସ୍ନେହ ରହିଥିଲା l ରାମଚନ୍ଦ୍ର ଓ ହନୁମାନଙ୍କର ମିଳନକୁ ଭକ୍ତ ଓ ଭଗବାନଙ୍କ ମିଳନ ବୋଲି କୁହାଯାଏ l ଯେତେବେଳେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ଥିଲେ ସେହି ସମୟରେ ହନୁମାନ ତାଙ୍କର ଖୁବ ସେବା କରିଥିଲେ l
ଦିନକର ଘଟଣା ରାମଚନ୍ଦ୍ରଙ୍କର ଦରବାରରେ ସଭା ଚାଲିଥାଏ l ସେହି ସଭାରେ ସମସ୍ତ ଦେବତା ଗଣ ଓ ଋଷିମାନେ ଉପସ୍ଥିତ ଥାନ୍ତି l ଚର୍ଚାର ବିଷୟ ସଭାରେ ରହିଥିଲା ଯେ ରାମ ଅଧିକ ଶକ୍ତିଶାଳୀ ନା ରାମଙ୍କ ନାମ ଅଧିକ ଶକ୍ତିଶାଳୀ l ସମସ୍ତ ସଭା ବୃନ୍ଦ ରାମଙ୍କୁ ଅଧିକ ଶକ୍ତିଶାଳୀ କହି ଚାଲିଥିଲେ l କିନ୍ତୁ ନାରଦ ମୁନି କହୁଥିଲେ ରାମ ନାମରେ ଅଧିକ ଶକ୍ତି ରହିଛି l ହେଲେ ନାରଦ ମୁନିଙ୍କ କଥା କେହି ଶୁଣୁ ନଥିଲେ l ଏହି ଚର୍ଚା ଚାଲିଥିବା ସମୟରେ ହନୁମାନ ଗୋଟିଏ ସ୍ଥାନରେ ଚୁପ ଚାପ ହୋଇ ବସିଥିଲେ l ଯେତେବେଳେ ସଭା ସରିଗଲା ନାରଦ ମୁନି ହନୁମାନଙ୍କୁ କହିଲେ ତୁମେ ସମସ୍ତଙ୍କୁ ପ୍ରଣାମ କରିବ ହେଲେ ରୁଷି ବିଶ୍ୱାମିତ୍ରଙ୍କୁ ପ୍ରଣାମ କରିବା ନାହିଁ l
ହନୁମାନ ଏହାର କାରଣ ପଚାରିଥିଲେ ନାରଦ ମୁନିଙ୍କୁ କହିଲେ ମୁଁ କାହିଁକି ରୁଷି ବିଶ୍ୱାମିତ୍ରଙ୍କୁ ପ୍ରଣାମ କରିବି ନାହିଁ ? ଏହାର ଉତ୍ତରରେ ନାରଦ ମୁନି କହିଥିଲେ ସେ ପ୍ରଥମେ ରାଜା ଥିଲେ l ତାପରେ ରୁଷି ହେଲେ ,ତେଣୁ ତାଙ୍କୁ ରୁଷି ମାନଙ୍କ ଭିତରେ ଗଣନା କର ନାହିଁ l ନାରଦଙ୍କ କଥା ଶୁଣି ହନୁମାନ ସେହି ଭଳି କଲେ ,ସେ ସମସ୍ତ ସଭା ବୃନ୍ଦଙ୍କ ପ୍ରଣାମ କରିଥିଲେ ହେଲେ ବିଶ୍ୱାମିତ୍ରଙ୍କୁ ପ୍ରଣାମ କଲେ ନାହିଁ l ଏହି କଥାରେ ରୁଷି ବିଶ୍ଵାମିତ୍ର କ୍ରୋଧିତ ହୋଇଥିଲେ ଓ ରାମଚନ୍ଦ୍ରଙ୍କୁ କହିଲେ ହନୁମାନଙ୍କର ଏହି ଭୁଲ ପାଇଁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ l ରାମଚନ୍ଦ୍ର ନିଜ ଗୁରୁ ବିଶ୍ୱାମିତ୍ରଙ୍କର ଏହି ଆଦେଶକୁ ଏଡାଇ ପାରୁନଥିଲେ ସେଥିପାଇଁ ସେ ହନୁମାନଙ୍କୁ ମାରିବା ପାଇଁ ନିଶ୍ଚିନ୍ତ କଲେ l ହନୁମାନ ଏହି ସଙ୍କଟର ସମାଧାନ ନାରଦଙ୍କୁ ପଚାରିଲେ l
ନାରଦ ତାଙ୍କୁ କହିଲେ ଆପଣ ଚିନ୍ତା ନକରି ରାମନାମା ଜପ କରନ୍ତୁ l ଏହା ପରେ ହନୁମାନ ଗୋଟିଏ ସ୍ଥାନରେ ବସି ରାମନାମା ଜପ କରିବାକୁ ଲାଗିଲେ l ରାମଚନ୍ଦ୍ର ଗୁରୁଙ୍କ କଥା ରକ୍ଷାକରି ହନୁମାନଙ୍କ ଉପରକୁ ବାଣ ସଂଯୋଗ କଲେ l କିନ୍ତୁ ହନୁମାନଙ୍କ ଉପରେ ରାମଙ୍କର ଏହି ବାଣର କୌଣସି ପ୍ରଭାବ ପଡିଲା ନାହିଁ l
ଏହା ପରେ ରାମଚନ୍ଦ୍ର ବ୍ରହ୍ମାଣ୍ଡର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ବ୍ରହ୍ମା ଅସ୍ତ୍ର ପ୍ରୟୋଗ କଲେ l କିନ୍ତୁ ରାମନାମା ଜପ କରୁଥିବା ହନୁମାନଙ୍କର ଏହି ବ୍ରହ୍ମା ଅସ୍ତ୍ର କିଛି ବିଗାଡି ପାରିଲା ନହିଁ l କଥା ବିଗୁଡୁଥିବାର ଦେଖି ନାରଦ ମୁନି ରୁଷି ବିଶ୍ୱାମିତ୍ରଙ୍କୁ କହିଲେ ହାଣିମାନଙ୍କୁ କ୍ଷମା କରିବା ପାଇଁ l ଏହା ପରେ ବିଶ୍ଵାମିତ୍ର ହନୁମାନଙ୍କୁ କ୍ଷମା କରିଥିଲେ l ନାରଦ ମୁନି ସମସ୍ତ ଘଟଣାର ସମାପ୍ତି ଘଟିବ ପରେ ପଚାରିଥିଲେ ବର୍ତମାନ ସମସ୍ତେ କୁହନ୍ତୁ ରାମନାମରେ ଶକ୍ତି ରହିଛି ନା ରାମଙ୍କର ଶକ୍ତି ରହିଛି l ସମସ୍ତେ ବୁଝି ପାରିଲେ ରାମଙ୍କ ନାମରେ ଅନେକ ଶକ୍ତି ରହିଅଛି l