ବିଦୁରଙ୍କ ନୀତି ଅନୁସାରେ ଆମ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାନଙ୍କ ମଧ୍ୟରେ ପର୍ସ ଅଥବା ବଟୁଆ ହେଉଛି ଗୋଟିଏ ମହତ୍ବପୂର୍ଣ ଜିନିଷ ଅଟେ l ଅଧିକାଂଶ ସମୟ ଆମ ମାନଙ୍କ ପର୍ସରେ ପଇସା ରହି ନଥାଏ l କିଛିଟା ତଥ୍ୟକୁ ଆଖି ଆଗରେ ରଖି ଆମେ ଆମ ପର୍ସରେ ପଇସା ସଂଚୟ କରି ରଖିପାରିବା l ଶାସ୍ତ୍ର ଅନୁସାରେ ପଇସା ବ୍ୟତୀତ ଅନ୍ୟ କିଛିଟା ଜିନିଷକୁ ପର୍ସରେ ରଖିବା ଉଚିତ ନୁହେଁ ,ଯାହା ଅନାବଶ୍ୟକ ହୋଇଥିବ l
*ବିଦୁରଙ୍କ ନୀତି ଅନୁସାରେ ପର୍ସରେ ଉଭୟ ପୁରୁଷ ଓ ନାରୀ କେବେବି ନିଜ ପର୍ସରେ ତାଲା ଚାବି ରଖିବା ଉଚିତ ନୁହେଁ l କୁହାଯାଏ ଯେ ଚାବି ରଖିବା ଦ୍ୱାରା ଆର୍ଥିକ ହାନି ହୋଇଥାଏ l
*ପର୍ସରେ ପଇସା ରଖୁଥିବା ସ୍ଥାନରେ କେବେବି ବିଲ୍ କିମ୍ବା ଅଯଥା କାଗଜ ପତ୍ର ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ନାସ୍ତିକ ଶକ୍ତି ବଢିଥାଏ ଯାହାଦ୍ୱାରା କ୍ଷତି ହୋଇଥାଏ l
*ବିଦୁରଙ୍କ ନୀତି ଅନୁସାରେ ଯେବେବି ପର୍ସରେ ପଇସା ରଖୁଛନ୍ତି ଠିକ ଭାବରେ ସଜାଡି ରଖନ୍ତୁ , ପଇସାକୁ ମୋଡି ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ମିଳି ନଥାଏ l
*ବିଦୁରଙ୍କ ନୀତି ଅନୁସାରେ କେବେବି ନିଜ ପୂର୍ବଜଙ୍କ ଫୋଟ ପର୍ସରେ ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l
*କୌଣସି ପ୍ରକାରର ସୁଧ ଦେବାର ରାଶିକୁ ନିଜ ପର୍ସରେ ରଖିବା ଉଚିତ ନୁହେଁ l
*ମା ଲକ୍ଷ୍ମୀଙ୍କ ଫୋଟ ପର୍ସରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l କେବେବି ପଇସାର ଅସୁବିଧା ରହି ନଥାଏ l
*ବିଦୁରଙ୍କ ନୀତି ଅନୁସାରେ କେବେବି ଚିରା ଫଟା ପଇସା ରଖିବା ଉଚିତ ନୁହେଁ ଓ ପର୍ସରେ ଚିରି ଗଲେ ନୂଆ ପର୍ସ ବ୍ୟବହାର କରିବା ଉଚିତ l