Odisha news

ବାସ୍ତୁଶାସ୍ତ୍ର ଅନୁସାରେ ବୈବାହିକ ଜୀବନରେ କଳହ ଲାଗି ରହୁଛି କି : ଶୋଇବା ଘରେ ଥାଇପାରେ ଏହି ଅସୁବିଧା

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରତେକଟି କୋଠରୀର ଅଲଗା ଅଲଗା ମହତ୍ୱ ରହିଛି ସେଥିପାଇଁ ଯଦି ଘରେ ବାସ୍ତୁଦୋଷ ରହିଥାଏ ଏହାର ଜୀବନ ଉପରେ ଖରାପ ପ୍ରଭାବ କରିଥାଏ l ତା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ l ତେଣୁ ଆମେ ଆଜି ଶୋଇବା ଘର ବିଷୟରେ କହିବାକୁ ଯାଉଛୁ l ମାନ୍ୟତା ରହିଛି ଯେ ଯଦି ଶୋଇବା ଘରେ କୌଣସି ବାସ୍ତୁଦୋଷ ରହିଥାଏ ତେବେ ଅନେକ ଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ତେଣୁ ସମୟ ଥାଉ ଥାଉ ସେହିସବୁ ବସ୍ତୁ ଦୋଷକୁ ଦୂର କରି ଘରେ ଶାନ୍ତି ଓ ସୁବିଧା ରଖିବା ଜରୁରୀ ଅଟେ l

* ଯଦି ଆପଣଙ୍କ ଶୋଇବା କୋଠରୀରେ ଫ୍ରୀଜ୍ ,ଇନଭୋଟର କିମ୍ବା ଗ୍ୟାସ ସିଲିଣ୍ଡର ରହିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ l ବାସ୍ତୁଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ନିଦରେ ବାଧା ଉପୁଯାଇଥାଏ ,ଏହାକୁ ରଖିବା କାରଣରୁ ଆପଣଙ୍କୁ ନିଦ ନଆସିବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ l ଏହା ଦ୍ୱାରା ମାନସିକ  ଚିନ୍ତାର ମଧ୍ୟ ବୋଝ ବଢିପାରେ l

* ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା କୋଠରୀ କେବେବି ଘରର ଉତର ପୂର୍ବ ଦିଗରେ ରହିବ ଉଚିତ ନୁହେଁ l କିନ୍ତୁ ଯଦି ଆପଣଙ୍କ ପାଖରେ କୌଣସି ଅନ୍ୟପନ୍ଥା ନାହିଁ ତେବେ ଧ୍ୟାନ ରଖିବେ ଯେ ଉତର ପୂର୍ବ ଦିଗକୁ ଶୋଇବା କୋଠରୀର ଦୁଆର ବନ୍ଧ ରହିବା ଉଚିତ ନୁହେଁ l ମାନ୍ୟତା ରହିଛି ଯେ ଯଦି ଏହି ଦିଗରେ ଶୋଇବାଘର କିମ୍ବା ଶୋଇବା ଘରର ଦୁଆରମୁହଁ ରହେ ତେବେ ଦାମ୍ପତ୍ୟ ଜୀବନରେ ଏହାର ପ୍ରଭାବ ପଡିଥାଏ ,ଯାହା ଦ୍ୱାରା ପତିପତ୍ନୀଙ୍କ ଭିତରେ କଳହ ଦେଖା ଦେଇଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା କୋଠରୀଟି ଯେତିକି ମହତ୍ୱପୂର୍ଣ୍ଣ ଏବଂ ଦିଗ ଯେତିକି ମହତ୍ୱପୂର୍ଣ୍ଣ ତା ସହିତ ଶୋଇବା କୋଠରୀର କବାଟ ମଧ୍ୟ ସେତିକି ମହତ୍ଵପୁର୍ଣ ଅଟେ l ଶୋଇବା କୋଠରୀର କବାଟରୁ କେବେବି ଶବ୍ଦ ଆସିବା ଭଲ ନୁହେଁ l ଯଦି ଏପରି ହେଉଛି ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ l ବାସ୍ତୁଶାସ୍ତ୍ର କହୁଛି ଯେ ଶୋଇବା ଘର ସହିତ କୌଣସି ଅନ୍ୟ କବାଟର ମଧ୍ୟ ଶବ୍ଦ ହେବା ଅଶୁଭ ସଙ୍କେତକୁ ଦର୍ଶାଇଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରେ କେବେବି କଣ୍ଟା ଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ l କୌଣସି କଣ୍ଟା ଯୁକ୍ତ ଘର ସଜା ଜିନିଷ ମଧ୍ୟ ରଖିବା ଉଚିତ ନୁହେଁ ଯଦି ଆପଣଙ୍କ ଶୋଇବା କୋଠରୀରେ ପଙ୍ଖା କିମ୍ବା ଏସି ଶବ୍ଦ କରୁଛି ତେବେ ତାକୁ ତୁରନ୍ତ ଠିକ କରନ୍ତୁ l ନଚେତ ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇବ l

Leave A Reply