Odisha news

ଝାରଖଣ୍ଡରେ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ ଫେଡେରେସନର ଅଧିବେଶନ ‘ଲୋକଙ୍କ ସ୍ୱରକୁ ଗଣମାଧ୍ୟମ ଶାଣିତ କରେ’

ଭୁବନ,୧୮ା୨୦୨୧:ଝାରଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ବିଧାନସଭା ଅତିଥି ଭବନଠାରେ ଫେବୃୟାରୀ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ ଫେଡେରେସନ (ଆଇଜିଏଫ)ର ଦୁଇ ଦିନିଆ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଫେଡେରେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିମଳ କୃଷ୍ଣ ଥମ୍ବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଅଧିବେଶନରେ ଝାରଖଣ୍ଡ ରାଜ୍ୟର ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ମଇ୧ ଶ୍ରମିକ ଦିବସ ଉପଲକ୍ଷେ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି । ଏହି ଅବସରରେ ମହାମହିମ ରାଜ୍ୟପାଳ ଦୈପଦୀ ମୁର୍ମୁ , ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ,ମୁଖ୍ୟ ଶାସନ ସଚିବ ଶୁକଦେବ ସିଂ, କୋଲ ଇଣ୍ଡିଆର ମୁଖ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ , ପୂର୍ବତନ ଶିକ୍ଷମନ୍ତ୍ରୀ ବୈଦନାଥ ରାମ ଙ୍କୁ ସାକ୍ଷାତ କରି ସମାଜର ଦଳିତ ଓ ନିଷ୍ପେଷିତ ଲୋକଙ୍କ ସ୍ୱରଙ୍କୁ ଲୋକଲୋଚନକୁ ଆଣିବା ସହ ଏହାକୁ ଶାଣିତ କରିବା କ୍ଷେତ୍ରରେ ସାମ୍ବାଦିକମାନେ ହିଁ ସବୁ କ୍ଷେତ୍ରରେ ଅଗ୍ରଣୀ ଭୁମିକା ଗ୍ରହଣ କରୁଥିବାବେଳେ ସାମ୍ବାଦିକ ମାନେ କିଭଳି ଦିନକୁ ଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସଂର୍ପକରେ ଆଲୋଚନା କରିଥିଲେ । ସମସ୍ତ ଅତିଥିଙ୍କୁ ଓଡିଆଙ୍କ ଅସ୍ମିତାର ପରିଚୟ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ପ୍ରଦାନ କରାଯାଇଥିଲା ।

ଗଣମାଧ୍ୟମକୁ ଅଧିକ ବଳିଷ୍ଠ କରିବା ଦିଗରେ ସରକାରୀ ସ୍ତରରେ ସବୁ ପ୍ରକାର ଉଦ୍ୟମ ଅବ୍ୟାହତ ରହିବା ଦରକାର ବୋଲି ଅଧ୍ୟକ୍ଷ ଶ୍ରୀ ଥମ୍ବ ଆଲୋଚନା ପ୍ରସଙ୍ଗରେ କହିଥିଲେ । ଆର୍ନ୍ତଜାତୀୟ ଶ୍ରମ ଦିବସ ମଇ ଏକ ପାଳନ ନିମନ୍ତେ ଆୟୋାଜିତ ସ୍ୱତନ୍ତ୍ର ଅଧିବେଶନରେ ଏକ ମୁକ୍ତ ଓ ଦାୟିତ୍ୱବୋଧ ସାମ୍ବାଦିକତା ଦେଶ ପାଇଁ ସବୁଠାରୁ ବଡ ଆହ୍ୱାନ ହୋଇଛି ବୋଲି ଝାରଖଣ୍ଡ ପ୍ରଦେଶ ଅଧକ୍ଷ ଅଶିଂକା ଓଝା କହିଥିଲେ । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଅଧିକ ବଳିଷ୍ଠ ଓ ରୁଦ୍ଧିମନ୍ତ କରିବା ଦିଗରେ ଗଣମାଧ୍ୟମ ନିଜର ଦକ୍ଷତା ପ୍ରତିପାଦନ କରିଆସୁଛି । ତେବେ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କ୍ଷେତ୍ରରେ ଗଣମାଧ୍ୟମକୁ ମୁକ୍ତ ଓ ଅବାଧ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ରହିଛି ବୋଲି ଆଇ ଜେ ଏଫ ର ଜାତୀୟ ସଂଯୋଜକ ଶୈ÷ଳେନ୍ଦ୍ର ଝା ମତବ୍ୟକ୍ତ କରିଥିଲେ । ଏହି ଅଧିେôଶନରେ ଆଇଜେଏଫର ମହାସଚିବ ଜି ଶାନ୍ତାରାମ ପୂର୍ବ ବିବରଣୀ ପାଠ କରି ଫେଡେରସନର ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ସୂଚନା ଦେଇଥିଲେ । ଝାରଖଣ୍ଡର ବିକେ ପ୍ରସାଦ ସୋନୀ ,ଅମତି ମିଶ୍ର ,ରଂଜିତ କୁମାର , ଓଡିଶାର ପୂର୍ଣ୍ଣଚନ୍ଦ୍ର ସାହୁ, ତେଲେଙ୍ଗାନାର ଅନୀଶ ବି ଲାଲ, ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଇଥିଲେ । ପ୍ରତିନିଧିମାନେ ବିଧାନସଭା କାଙ୍କେ ହ୍ରଦ , ଶନି ମନ୍ଦିର , ବୀର ବିର୍ସାମୁଣ୍ଡଙ୍କ ସଂଗ୍ରହଳୟ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ ।

Comments are closed.