କୋଠପଦା,୧୮ା୨:ଏକ ଅଭାବନୀୟ ଘଟଣାକ୍ରମେ ଆଜି ସକାଳୁ ଜନୈକା ମହିଳାଙ୍କ ମୃତ ଦେହ କେନାଲ ଭିତରୁ ପୋଲିସ ଜବତ କରିଛି । ସାଧାରଣରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ ସୃଷ୍ଟି କରିଛି । ମାହାଙ୍ଗାରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟଣା ଘଟିଚାଲିଥିବାରୁ ସାଧାରଣରେ ଆଇନ ଶୃଙ୍ଖଳାକୁ ନେଇ ବଡ ପ୍ରଶ୍ନବାଚୀ ଠିଆ ହୋଇଛି । ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଭେଡା ପଞ୍ଚାୟତ ଅନ୍ତର୍ଗତ ଭେଡା-ସାଲେପୁର ଗ୍ରାମର କେନାଲରୁ ପାଟନାଳଳି ଭିତରେ ଅର୍ଦ୍ଧ ଉଲଗ୍ନ କ୍ଷତବିକ୍ଷତ ଅବସ୍ଥାରେ ଏହି ମହିଳାଙ୍କ ଶବ ପଡିରହିଥିଲା ।
ଏହି ଶବଟି ଭେଡାସାଲେପୁର ଗ୍ରାମର ବିଧବା ମହିଳା ଅନ୍ନପୂର୍ଣ୍ଣା ମହାପାତ୍ର(୪୫)ଙ୍କର ବୋଲି ଚିହ୍ନଟ ହେବାପରେ ଏହି ଅସ୍ୱଭାବିକ ମୃତୁ୍ୟକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏକୁ ରହୁଥିବା ଏହି ମହିଳାଙ୍କୁ ହତ୍ୟାପରେ ଏଠାରେ ଫିଙ୍ଗି ଦିଆ ଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅଳ୍ପଦିନ ପୂର୍ବେ ମୃତ ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ସନ୍ତୋଷଙ୍କର ଦୃର୍ଘଟଣାରେ ମୃତୁ୍ୟ ବରଣ କରିଥିଲେ । ମୃତ ମହିଳାଙ୍କ ଦିଅର କିଶୋର ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବାପରେ ମାହାଙ୍ଗା ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସାଇଣ୍ଟିଫିକ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।
Comments are closed.