Odisha news

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ, ପ୍ରସ୍ତୃତି ଚୁଡାନ୍ତ ପର୍ଯ୍ୟାୟରେ

କୋରେଇ ୧୮ା୦୨ ବୈତରଣୀ ଆଥ୍ଲେଟିକ ଆସୋସିଏସନ ଆନୁକୂଲ୍ୟରେ ହେବାକୁ ଥିବା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଏହି ଖେଳ ଚଳିତ ମାସ ୨୧ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ହେବାକୁଥିବା ବେଳେ ଏଥିରେ ରାଜ୍ୟର ୮ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି । ୨୧ ତାରିଖ ରବିବାର ଉଦଘାଟନୀ ମ୍ୟାଚରେ ଟାଟା ମାଇନ୍ସ ଯାଜପୁର ସହ ମା ମଙ୍ଗଳା କ୍ଲବ ଭୂବେନଶ୍ୱର, ୨୨ ତାରିଖ ସୋମବାର ସୁପ୍ରିମ କ୍ଳବ ଅଡ଼ଶପୁର କଟକ ସହ ସୁରିଷ୍ଟାର କେନ୍ଦୁଝର, ୨୩ ତାରିଖ ମଙ୍ଗଳବାର ଆରଏନ କ୍ଳବ ଖୋର୍ଦ୍ଧା ସହ ଧର୍ମଶଳା ଷ୍ପୋର୍ଟସ୍ ଏକାଡ଼େମି ଯାଜପୁର, ୨୪ ତାରିଖ ବୁଧବାର ରୋଭର କ୍ଳବ ଭଦ୍ରକ ସହ ଇଉନାଇଟେଡ୍ କ୍ଳବ ଭୂବେନଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

୨୫ ତାରିଖ ଗୁରବାର ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ ମ୍ୟାଚରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚର ବିଜୟୀ ସହ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚର ବିଜେତା ମଧ୍ୟରେ ଖେଳ ଅନୁଷ୍ଟିତ ହେବ । ୨୬ ତାରିଖ ଶୁକ୍ରବାର ଦ୍ୱିତୀୟ ସେମି ଫାଇନାଲ ପ୍ରଥମ କ୍ୱାଟର ଫାଇନାଲର ବିଜେତା ସହ ଦ୍ୱିତୀୟ କ୍ୱାଟର ଫାଇନାଲ ବିଜେତା ମଧ୍ୟରେ ଖେଳ ଅନୁଷ୍ଟିତ ହେବ । ରବିବାର ୨୮ ତାରିଖ ଫାଇନାଲ ମ୍ୟାଚରେ ଉଭୟ ସେମିଫାଇନାଲର ବିଜେତାଙ୍କ ମଧ୍ୟାରେ ଖେଳ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛିି ।

Comments are closed.