ପିପିଲି-ପିପିଲି ବ୍ଲକ ଅର୍ନ୍ତଗତ ଗୋବିନ୍ଦପୁର ପଂଚାୟତର ଗୋବର୍ଦ୍ଧନପୁର ଗ୍ରାମ ନିକଟସ୍ଥ କେନାଲ ପାଣିରେ ହରିଣଟି ପଡିଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ଓ ଫରେଷ୍ଟର ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପ୍ରଥମେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି କେନାଲ ପାଣିରେ ପଡିଥିବା ହରିଣ କୁ ଉଦ୍ଧାର କରିଥିଲେ । ହେଲେ ଉଦ୍ଧାର ହରିଣଟି ଫରେଷ୍ଟର ବିଭାଗ ପହଂଚିଲା ବେଳେକୁ ସେଠାରୁ ଗ୍ରାମ ଗହୀର ଥିବା ଜଙ୍ଗଲ ଅଭିମୁଖେ ଚମ୍ପଟ ମାରି ଦୈାଡି ଖସି ପଳାଇଥିଲା । ଫେରଷ୍ଟର ପିପିଲି ସୁଶାନ୍ତ ସ୍ୱାଇଁ ,ଫରେଷ୍ଟଗାର୍ଡ ବିଶ୍ୱ ନାରାୟଣ ମିଶ୍ର ଙ୍କ ସହିତ ସହକର୍ମିମାନେ ହରିଣ ଟିର ସନ୍ଧାନ ପାଇବା ପାଇଁ ଗୋବର୍ଦ୍ଧନପୁର ଓ ତାର ଆଖ ପାକ୍ଷ ଗ୍ରାମରେ ଜଗି ରହିଥିବା ବେଳେ ହରିଣଟି ସଂଦ୍ଧ୍ୟା ସମୟରେ ବାହାରକୁ ବାହାରିଲେ ତାକୁ ଉଦ୍ଧାର କରାଯାଇ ପାରିବ ବୋଲି ଫରେଷ୍ଟର ଶ୍ରୀସ୍ୱାଇଁ ସୁଚନା ଦେଇଛନ୍ତି ।
Comments are closed.