ଭୁବନ (ପୂର୍ଣ୍ଣଚନ୍ଦ୍ର ସାହୁ) : ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ବାଲିକୁ ନକଲି ଆର ଫର୍ମ ଦ୍ୱାରା ଚୋରା ଚାଲାଣ କୁ ନେଇ ଜିଲ୍ଲା ହଟଚମଟ ହୋଇଥିଲା । ମନ୍ଦାର ଘାଟରୁ ନକିଲି ଆର ଫର୍ମରେ ଚାଲଣ କରୁଥିବା ବେଳେ ଗତଦୁଇ ସପ୍ତାହ ପୂର୍ବେ ଶାମଲ ନିକଟରେ ଜାତୀୟ ରାଜପଥ ଉପରେ ଚତୁରତାର ସହ ବାଲି ହାଇଓାକୁ ଧରିଥିଲେ । ଅସଲି ଆର ଫର୍ମ କୁ ଅସଲି କରିବା ପାଇଁ ଚାଲିଥିଲା ଘଣ୍ଟାଏ ପରିଶ୍ରମ । ଶେଷରେ ୫୦ହଜାରଟଙ୍କା ଫାଇନି ଦେଇଥିଲା ରେଳ ଷ୍ଟେସନ ନିର୍ମାଣ କରୁଥିବା ଶ୍ରୀଦୁର୍ଗା କନଡେଭ । ମନ୍ଦାର ଘାଟରୁ ବହୁ ପରିମାଣରେ ବାଲି ବ୍ରାହ୍ମଣୀ ନଦୀ ନିଳକଣ୍ଠପୁର ବ୍ରିଜ ପାର ହୋଇ ଭୁବନ ଅଚଂଳରେ ଚାଲୁଥିବା ରେଳ ପ୍ରକ୍ଲପ କାମ , ଜାତୀୟ ରାଜପଥ କାମ , ରେଙ୍ଗାଳୀ ଜଳସେଚନ କାମ , ବ୍ରାହ୍ମଣୀ ନଦୀରେ ମାଳବନ୍ଧ କାମ , ତଥା ଅନେକ ଉନ୍ନୟନ କାମକୁ ଆସୁଛି । ଧରପଗଡ ଫଳରେ ବହୁ ନାମୀଦାମୀ କଂପାନୀଙ୍କର ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଭୁବନ ତହସିଲଦାରଙ୍କ ଅନାଚନ ବଦଳି କରିଦିଆଗଲା ।
ସେହିପରି ଗଁଦିଆ ତହସିଲ ଦୀର୍ଘ ଦିନ ହେଲା ତହସିଲଦାର ଛୁଟିରେ ଅଚନ୍ତି । ଦୁଇ ତହସିଲ ଏବେ ମୁରବୀ ଶ୍ୱନ୍ୟ ହୋଇପଡିଛନ୍ତି ଫଳରେ ମନ୍ଦାର ଘାଟର ବାଲି ନିଲାମ ନେଇଥିବା ଯାଜପୁର ଜିଲ୍ଲାର ନିଳମଣୀ ପଣ୍ଡା ନିଜ ସମୁଦୀ ତତା ପୂର୍ବତନ ବିଧାୟକ ନବୀନ ନ୍ଦଙ୍କ ବାହୁଛାୟା ତଳେ ରହି ଅନାୟସରେ ବାଲି ଚାଲାଣ କରୁଥିବା ଜଣାଯାଇଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଗୁରୁବାର ଅପରାହ୍ନରେ । ଚଣ୍ଡିଖୋଲରୁ ଏକ ହାଇୱା ନଂ ଓଡି ୦୪ ଜେ ୦୨୬୬ବାଲି ନେବା ପାଇଁ ପହଁଚିଥିଲା ମନ୍ଦାର ଘାଟରେ । ବାଲି ମେସିନ ଦ୍ୱାରା ଲୋଡ ବି କରାଯାଇଥିଲା । ଡ୍ରାଇଭର ଅଲେଖ ପରିଡାଙ୍କୁ ଆର ଫର୍ମ ବି ଦିଆଯାଇଥିଲା । ଏହି ସମୟରେ ଗଁଦିଆ ର ଅତିରିକ୍ତ ତହସିଲଦାର ସନ୍ତୋଷ ମିଶ୍ର ଅଚାନକ ଚଢାଉ କରିଥିଲେ । ଚଢାଉକୁ ଦେଖି ନିଳମଣୀ ପଣ୍ଡାଙ୍କ ସୁପରଭାଇଜର ହଠାତ ଆର ଫର୍ମ ଟିକୁ ଛଡାଇ ନେଇ ଚିରିଦେଇଥିଲେ । ବିନା ଆର ଫର୍ମରେ କିଭଳି ରୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଗାଡିଟି ଯିବ କହିବାରୁ ଉତର ମିଳିଥିଲା ଇଚ୍ଚା ହେଲେ ନିଅ ନହେଲେ ନାହିଁ ।
ବାଧ୍ୟ ହୋଇ ଡ୍ରାଇଭର ବାଲି ଅନଲୋଡ କରିଦେଇ ଖାଲି ଗାଡି ନେଇ ଯାଇଥିଲେ । ଡ୍ରାଇଭର ଦେଇଥିବା ୨୫ଶହ ଟଙ୍କାରୁ ମାତ୍ର ୭ଶହ ଟଙ୍କା ଫେରାଇଥିଲେ ସୁପରଭାଇଜର । ଅନ୍ୟଏକ ଘଟଣାରେ ମନ୍ଦାର ପଚାଂୟତର ପୂର୍ବତନ ସମିତି ସଭ୍ୟ ପିତବାସ ସାହୁ କୁହନ୍ତି ମନ୍ଦାର ଘାଟରୁ ବାଲି ଆଣୁତôବା ତାଙ୍କ ଟ୍ରାକ୍ଟରରୁ ଗାଡି ପିଛା ଆଦାୟ କରାଯାଏ ୩ଶହ ଟଙ୍କା । ଆର ଫର୍ମଟି ଦେଲେ ନିଆଯାଏ ଆଉ ୫ଶହ ଟଙ୍କା । ତାହା ପୁଣି ନକଲି ଯାହା ଗିରିବାର ଅପରାହ୍ନରେ ଅତିରିକ୍ତ ତହସିଲଦାର ପହଁଚିବା ପରେ ପ୍ରମାଣିତ ହେଲା ବୋଲି ଜଣାପଡିଛି । ରାଜନେତା ଜଣଙ୍କ ବାଲି ଚୋରୀ ରେ ସଂପୃକ୍ତ ଅଛନ୍ତି । ଯିଏକି ସ୍ଥାନୀୟ ଢେଙ୍କାନାଳ ବିଧାୟକ ଓ କାମାକ୍ଷାନଗର ବିଧାୟକ ତଥା ଖଣିମନ୍ତ୍ରୀଙ୍କ ବାହୁଛାୟା ତଳେ ରହି ଏହି କାମ କରିବାକୁ ସାହାସ କରୁଛନ୍ତି । ଦୈନିକ ଏହି ଘାଟରୁ ଶହ ଶହ ହାଇୱା ଭୁବନ ଦେଇ ଯାଜପୁର ଜିଲାକୁ ବି ଚାଲଣ ହେଉଛି । ନକଲି ଆର ଫର୍ମ ଦେଇ ଜନତାଙ୍କୁ ଠକାଯାଉଛି । ତେବେ ବାଲି ଚାଲାଣରେ କେବେ ଲାଗିବ ରୋକ ତାହା ଢେଙ୍କାନାଳର ଜିଲ୍ଲାପାଳଙ୍କୁ ଜଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଏସଟିଏଫ ହିଁ ବାଲି ଚାଲାଣର ମୁଳ ଓପାଡି ପାରିବେ ବୋଲି ସ୍ଥାନୀୟ ଜନତା ଆଶାକରନ୍ତି ।