Odisha news

ବିଶିଷ୍ଟ ବ୍ୟବସାୟୀ କମଳ କାନ୍ତି ସାହୁ ଙ୍କ ପରଲୋକ

0
ଭୁବନ ୨୩.୨- ଭୁବନ ର ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ ଙ୍କ ମଧ୍ୟମ ପୁତ୍ର କମଳ କାନ୍ତି ସାହୁ ( କୁନା)ଙ୍କ ର ଆଜି ଶୁକ୍ରବାର ପ୍ରାତଃ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତ କାଲି ରାତି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଆଜି ଭୋର ସମୟରେ ପୁନର୍ବାର ଯନ୍ତ୍ରଣା ହେବାରୁ ତାଙ୍କୁ  କଟକ ନିଆଯାଉଥିବା ବେଳେ ବାଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଆଜି ପୂର୍ବାହ୍ନ ରେ ତାଙ୍କ ମରଶରୀର ଭୁବନ ରେ ପହଞ୍ଚିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଶବ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ଭୁବନ ର ଏକମାତ୍ର କାଠ ସ ମିଲ ମାଲିକ କମଳ କାନ୍ତି ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ବିଶେଷ କରି ଭୁବନ ଜଗନ୍ନାଥ ମନ୍ଦିର ରେ ତାଙ୍କର ସାହାଯ୍ୟ ସହଯୋଗ ଅବର୍ଣନିୟ। ସ୍ବର୍ଗତ କୁନା ବାବୁ ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ପରୋପକାରୀ ,ସ୍ନେହୀ,ଦୟାଳୁ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
Leave A Reply