ରାଜନଗର : ରାଜ୍ୟର ଅନ୍ୟତମ ପକ୍ଷୀବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏଥିରେ ଥିବା ଆର୍ଦ୍ରଭୂମିରେ ଏବେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ବିଦେଶାଗତ ପକ୍ଷୀଙ୍କ କାକାଳିରେ ମୁଖରିତ ହେବାରେ ଲାଗିଛି ଜାତୀୟ ଉଦ୍ୟାନ। ଆସ‘।କାଲି ଆଗନ୍ତୁକ ବିଦେଶାଗତ ପକ୍ଷୀମାନଙ୍କ ଗଣନାକାର୍ଯ୍ୟ କରାଯିବ। ଏଥିପାଇଁ କନିକା ବନାଂଚଳ କାର୍ଯ୍ୟ।ଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ସହିତ ଆଗନ୍ତୁକ ପକ୍ଷୀମାନଙ୍କ ଗଣନା କରିବା ସମୟରେ ସେମାନଙ୍କର ଜୀବନ ଶୈଳୀ ଏବଂ କେଉ କେଉ ସ୍ଥାନରୁ ଆସିଛନ୍ତି, ସେମାନଙ୍କର ଖାଦ୍ୟ ସଂପର୍କରେ ଟିକିନିକି ତଥ୍ୟ ସଂଗ୍ରହ କରିବା ପାଇଁ ସୂଚନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ପରିଚାଳନା କରିଥିବା ବେଳେ ଏସିଏଫ ଗଗନ ବିହାରୀ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ପକ୍ଷୀ ଗଣନା ସଂପର୍କ ରେ ପ୍ରଶିକ୍ଷଣ ଦେଇଥିଲେ। ବିଦେଶାଗତ ପକ୍ଷୀଙ୍କ ଗଣନା ପାଇଁ ୧୮ଟି ଟିମ୍ ଗଠନ କରାଯାଇଛି। ଡିଏଫଓ ଶ୍ରୀ ଯାଦବ, ବିଶିଷ୍ଟ ପ୍ରାଣୀବିତ୍ ଡଃ. ବିଶ୍ବଜିତ ମହାନ୍ତି ,କନିକା ରେଞ୍ଜ ଅଫିସର ମାନସ କୁମାର ଦାସ, ପ୍ରଶାନ୍ତ କୁମାର ସିଂ, ଡିଏସପି ଜ୍ୟୋତି ରଂଜନ ସାମନ୍ତ ରାୟ, ରେଞ୍ଜ ଅଫିସର ଚିତ ରଂଜନ ବେଉରା, ବିଶିଷ୍ଟ ପ୍ରାଣୀ ବିଷାରଦ ଡଃ. ଶିବ ପ୍ରସାଦ ପରିଡା, ପକ୍ଷୀ ବିଷାରଦ ମାଇକେଲ ପିଟର, ମିସ୍ ଶୁଭଦର୍ଶିନୀ ପ୍ରଧାନ, ଏସିଏଫ ପୁନମ ହୀରା ହାଁସଦା, ଗଗନ ବିହାରୀ ମଲ୍ଲିକ, ବିଜୟ କୁମାର ପାତ୍ର, ବିଜୟ କୁମାର ଦାସ, ଗହୀରମଥା ରଂଜେ ଅଫିସର ପ୍ରଦୋଷ କୁମାର ମହାରଣା, ସୁରେଶ ଚନ୍ଦ୍ର ପୃଷ୍ଟି, ମହ‘ କୁମାର ମଲ୍ଲିକ, ମହାକାଳପଡା ରେଞ୍ଜ ଅଫିସର କାର୍ତିକେଶ୍ବର ଖଣ୍ଡାଇ, କୁଜଙ୍ଗ ରେଞ୍ଜ ଅଫିସର ରଂଜନ କୁମାର ମିଶ୍ର, ବିଭୂତି ଭୂଷଣ ତରାଇ ପ୍ରମୁଖଙ୍କ ନେତୃତ୍ବରେ ୧୮ଟି ଟିମ୍ ଗଠନ କରାଯାଇଛି। ଆସନ୍ତା କାଲି ସକାଳ ୬ ରୁ ଦିନ ୧ଟା ଯାଏଁ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ସିଂ, ସୁନିଲ ରଂଜନ ରାଉତରାୟ, ହେମନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।