ଭାପୁର – ୦୫/୦୪ ଶୁକ୍ରବାର ସନ୍ଧ୍ୟାରେ ଜେସିବି ଗାଡ଼ି ଧକ୍କା ଦେବାରୁ ଜଣେ ଯୁବକ ଙ୍କ ର ଡାହାଣ ପଟ ଜଂଘ ଭାଙ୍ଗି ଯାଇଥିବା ଭଳି ଦୁଃଖଦ ଖବର ଭାପୁର ଅଞ୍ଚଳ ରେ ଘଟି ଯାଇଛି । ଘଟଣା ରୁ ପ୍ରକାଶ, ଭାପୁର ପଞ୍ଚାୟତ ଅନ୍ତର୍ଗତ ମନ୍ଦାରବେରେଣି ଗ୍ରାମର ଲକ୍ଷ୍ମୀଧର ବେହେରା ଙ୍କ ପୁଅ ଭାଗିରଥି ବେହେରା (୪୨)ଖଣ୍ଡପଡା – ଭାପୁର ମୁଖ୍ୟ ରାସ୍ତାରେ ବାଇକ୍ ଯୋଗେ ଭାପୁର ଆସୁଥିବାବେଳେ ଏକ ଜେସିବି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଫଳରେ ତାଙ୍କର ଡାହାଣ ପଟ ଗୋଡ଼ ଗୁରୁତର ରୂପେ ଜଖମ ହୋଇଥିଲା । ଉପସ୍ଥିତ ଲୋକମାନେ ଦମକଳ ଡକେଇ ସାଙ୍ଗେ ସାଙ୍ଗେ ଭାପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କାର୍ଯ୍ୟରତ ଡାକ୍ତର ତାଙ୍କର ଡାହାଣ ପଟ ଜଂଘ ହାଡ ଭାଙ୍ଗି ଯାଇଥିବା ଜଣାପଡିବା ପରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l