ଏହି ଦଶଦୋଳ ଯାତ୍ରାକୁ ଅତୀବ ଶୃଙ୍ଖଳିତ ଏବଂ ସୁଚାରୁରୂପେ ପରିଚାଳନା କରିବାପାଇଁ ଦୀର୍ଘବର୍ଷ ଧରି ମା’ ଭଗବତୀ ଦଶଦୋଳ ଯାତ୍ରା କମିଟି କାର୍ଯ୍ୟ କରିଆସୁଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କମିଟିର ତତ୍ତ୍ୱାବଧାନରେ ଏବଂ ପୂର୍ଣ୍ଣ ସହଯୋଗରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଯାତ୍ରା ଅନୁଷ୍ଠିତ ହେଉଅଛି । ଗତ କାଲି ଗୋଳବାଇ ମେଲଣ ଜମି ଥିବାବେଳେ ଆଜି ଠାରୁ ଦୋଳ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଭିଡ ଜମିଛି।
