Odisha news

ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

0
ଭାପୁର, ୦୪/୦୮ :  ନୟାଗଡ ଜିଲ୍ଲା ଭାପୁର ସଦର ମହକୁମାସ୍ଥ ଶ୍ରୀ ରାମ ବିହାର କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉଦ୍ୟାନ କୃଷି ଉପ – ନିର୍ଦ୍ଦେଶକ ଏବଂ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ମାଧ୍ୟମରେ ବ୍ଲକ ସ୍ତରୀୟ ଜନ ପ୍ରତିନିଧି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ମାନଙ୍କୁ ବିଭିନ୍ନ ଉଦ୍ୟାନ କୃଷି ସମ୍ବନ୍ଧରେ ତାଲିମ୍ ପ୍ରଦାନ କରାଯାଇଥିଲା ।  ଭାପୁର ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀଣୀ ୟାସମୀନ ଗୁଲନାଜ୍ ଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟ ପ୍ରବକ୍ତା ଭାବରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମାନସୀ ନନ୍ଦ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ନୟାଗଡ ଅଜିତ୍ କୁମାର ନାୟକ ଓ ରଣପୁର ବ୍ଲକର ଶ୍ରୀକାନ୍ତ ସାହୁ, ଏପିକଲର ଜିଲ୍ଲା ସଂଯୋଜକ ଅବିନାଶ ଦାସ ଓ ଭାପୁର ଗୋଷ୍ଠୀ କୃଷି ଅଧିକାରୀ ବିରଞ୍ଚି ନାରାୟଣ ମଙ୍ଗରାଜ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ୨୦ ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଓ ବିଧାୟକଙ୍କ ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ ଯୋଗଦେଇଥିଲେ । ଉକ୍ତ କର୍ମଶାଳାରେ ଜିଲ୍ଲା ଉପନିର୍ଦେଶକଙ୍କ ଦ୍ଵାରା ଉଦ୍ୟାନ କୃଷି ବିଭାଗର ଆଭ୍ୟନ୍ତରୀଣ ଯୋଜନା ଗୁଡିକ ବିଷୟରେ କୃଷକ ମାନଙ୍କୁ ଆଲୋକପାତ କରାଯାଇଥିଲା । ଆଳୁ ମିଶନ, ଛତୁ ମିଶନ, ଫୁଲ ମିଶନ, ମସଲା ମିଶନ, ଏମ.ଆଇ.ଡିଏଚ୍, ଆର୍.କେ.ବି. ୱା.ଏ, ପି.ଏମ୍. କେ.ଏସ.ୱା.ଏ ଆଦି  ବିଭିନ୍ନ ଯୋଜନା ଗୁଡ଼ିକ କିପରି ଚାଷୀ ମାନେ ସୁବିଧାରେ ଉପଲବ୍ଧ  ହାସଲ କରି ପାରିବେ, ଉକ୍ତ ଯୋଜନା ଗୁଡିକ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା । ଚାଷୀ ମାନେ ନିଜର  ଉପସ୍ଥିତ ଥିବା ମୁଖ୍ୟ ଅତିଥି ଓ ପ୍ରବକ୍ତା ମାନଙ୍କୁ  ନିଜର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ପ୍ରଶ୍ନ ପଚାରି ନିଜ ନିଜର ସଠିକ୍ ସମାଧାନର ଉପଦେଶ ଗୁଡିକ ବୁଝିଥିଲେ । ପି.ଏମ୍.କେ.ଏସ.ୱା.ଏ ଯୋଜନାରେ କିପରି ଫସଲକୁ ପାଣି ଯୋଗା ଯାଇ ପାରିବ ଓ ବୁନ୍ଦା ଜଳ ସେଚନର ମହତ୍ତ୍ଵ ବିଷୟରେ ଚାଷୀ ମାନଙ୍କୁ ବୁଝାଉଥିଲେ ।
Leave A Reply