ଭଞ୍ଜନଗର, (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ଓ ଲାଲସିଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବରାମ ପ୍ରଧାନ ଙ୍କ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟ ୫୪ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପଖଣ୍ଡ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ସିତାଂଶୁ ଶେଖର ଶତପଥୀ, ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ,ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ଏନଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ଲାଲ ସିଙ୍ଗି ସରପଞ୍ଚ ଶିବରାମ ସାହୁ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେଵୀ ଶୂଳପାଣି ଶତପଥୀ,ଅନୁପମ ବାନାର୍ଜୀ, ଲାଲସିଂ ଗ୍ରାମ ପଂଚାୟତ ଯୁବ ସଂଗଠକ ବିଷ୍ଣୁ ଚରଣ ପ୍ରଧାନ,ଲାଲସିଂ ପଂଚାୟତ ସମିତି ସଭ୍ୟ ପ୍ରତିନିଧି ଅନୀଲ କୁମାର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ୟୁଜେଏ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ ଆଜି ୭୧ଥର ପାଇଁ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ତେଣୁ ତାଙ୍କୁ ଅତିଥି ଓ ସାମ୍ବାଦିକ ମାନେ ଶୁଭେଚ୍ଛା ଜଣାଇଛନ୍ତି।ଏଥି ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରେଷ୍ଠ ରକ୍ତଦାତା ଭାବେ ପୁରସ୍କୃତ କରି ସାରିଛନ୍ତି।ଏହି ଶିବିରରେ ଅନେକ ସାମ୍ବାଦିକ ଓ କିଛି ମହିଳା ରକ୍ତଦାନ କରିଥିଲେ।ଏଥିରେ ୟୁଜେଏ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଭବାନୀ ଶଙ୍କର ପାଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ ଗୌଡ଼, ସଂଯୋଜକ ଧନ୍ଯଞ୍ଜୟ ପଟ୍ଟନାୟକଙ୍କ, କୋଷାଧକ୍ଷ ଅରକ୍ଷିତ ପରିଛା,ଅନିଲ କୁମାର ସେଠି, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ଶିବ ଶଙ୍କର ପ୍ରଧାନ, ଗିରିଶ ସାହୁ, ନିଲୁ ବିଶୋଇ, ସୋମ୍ୟଜିତ ପ୍ରଧାନ, ସୁଜିତ କୁମାର ବିଶୋଇ, ଅରୁଣ ସ୍ବାଇଁ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,ବିଶ୍ୱମ୍ବର ଜେନା ଙ୍କ ସମେତ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ଲାଲସିଂ ଯୁବକ ସଙ୍ଘର ସଦସ୍ୟ ଓ ଅନ୍ୟମାନେ ସହଯୋଗ କରିଥିଲେ।ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।