ଭଞ୍ଜନଗର : ଏକ ମାଲ ବୋଝେଇ ଟ୍ରକ୍ ନିଜ ଗନ୍ତବ୍ୟ ସ୍ଥଳଆଡ଼େ ଯାଉ ଯାଉ ରାସ୍ତାରେ ସେହି ଟ୍ରକ୍ରୁ ନିଆଁ ବାହାରିବା ଦେଖି ଡ଼୍ରାଇଭର ଏବଂ ହେଲ୍ପର୍ ଜୀବନ ବଞ୍ଚାଇବା ପାଇଁ ତତ୍କ୍ଷଣାତ୍ ଡ଼େଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି । ଖବର ନେବାରୁ ଜଣାପଡ଼ିଛି ଯେ, ଗୋଟିଏ ମାଲ୍ ବୋଝେଇ ଟ୍ରକ୍ ଝାରସୁଗୁଡ଼ାରୁ ଲୁହା ସ୍କ୍ରାପ୍ ବୋଝେଇ କରି ତାମିଲନାଡ଼ୁ ଯାଉଥିବାବେଳେ ଭଞ୍ଜନଗରଠାରୁ ୨୮ କିଲୋମିଟର ଦୂର ତାରସିଂଠାରେ ସେହି ଟ୍ରକ୍ର ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା । ପ୍ରାୟ ରାତି ୪ଟା ବେଳେ ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖି ଡ଼୍ରାଇଭର୍ ଟ୍ରକ୍କୁ ରଖି ଦେଖିଲା ବେଳକୁ ଇଞ୍ଜିନ୍ରେ ନିଆଁଲାଗି ହୁତ୍ ହୁତ୍ ହୋଇ ଜଳୁଛି । ପ୍ରାଣ ବିକଳରେ କ୍ଲିନର ମଧ୍ୟ ଟ୍ରକ୍ରୁ ଓହ୍ଲାଇ ଅଳ୍ପଦୂରକୁ ଚାଲିଗଲେ । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଟ୍ରକ୍ଟି ସେଠାରେ ଜଳିଗଲା । ନିଜର ମୂଲ୍ୟବାନ ଟ୍ରକ୍ଟି ଜଳୁଥିବାବେଳେ ଡ଼୍ରାଇଭର୍ ଏବଂ କ୍ଲିନର୍ ନିରୂପାୟ ହୋଇ ଏଭଳି ଘଟଣା ଦେଖୁଥିଲେ । ପ୍ରାୟ ଭୋର୍ ସମୟ ହୋଇଥିବାରୁ କିଛି ଗ୍ରାମବାସୀ ଘଟଣା ସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ବ୍ୟର୍ଥ ପ୍ରୟାସ କରିଥିଲେ କିନ୍ତୁ ନିଆଁ ଲିଭିନଥିଲା । ଦୀର୍ଘ ସମୟପରେ ଦଶପଲ୍ଲାରୁ ଦମକଳ ବାହିନୀ ଆସିଥିବା ବେଳେ ଟ୍ରକ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଅନୁମାନ କରାଯାଉଛି ଯେ, ଇଞ୍ଜିନ୍ରେ ସର୍ଟ ସର୍କିଟ୍ ହୋଇ ନିଆଁଲାଗି ସମ୍ପୂର୍ଣ୍ଣ ଟ୍ରକ୍ଟି ପଡ଼ିଯାଇଥିଲା । ତାହାବ୍ୟାପି ଡ଼ିଜେଲ୍ ଟାଙ୍କିକୁ ଧରିବାରୁ ନିଆଁ ଆୟତ କରିବା ସମ୍ଭବ ହୋଇନଥିଲା । ଖବରପାଇ ତାରସିଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଟ୍ରକ୍ଟି ଜଳିଯିବା ଯୋଗୁଁ ସେଥିରେ ଲୋଡ଼୍ ହୋଇଥିବା ଲୁହା ସ୍କ୍ରାପ୍ଗୁଡ଼ିକ ଅତ୍ୟଧିକ ଗରମରେ କ୍ଷତିଗ୍ରସ୍ତ ହୋଇଥିବା ସମ୍ଭାବନା ରହିଛି । ଜଳିଯାଇଥିବା ଟ୍ରକ୍ର ନମ୍ବର – ଟି.ଏନ୍୩୪ – ଜେଡ୍ ୫୨୬୮ ।