ଭଞ୍ଜନଗର -ସାରାଦେଶରେ ଏବେ ସାଇବର ଠକ ବିଭିନ୍ନ କୌଶଳ ଆପଣାଇ ନିରୀହ ବ୍ୟକ୍ତିଙ୍କ ଆକାଉଣ୍ଟ୍ ଖାଲି କରିଦେଉଛନ୍ତି । ଏଥିରୁ ମୁକୁଳିବାକୁ ହେଲେ ସେଚେତନ ରହିବା ଜରୁରୀ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ସାଇବର ଠକ ମାନଙ୍କ କବଳରୁ ବଞ୍ଚିତ ହେଇପାରୁନାହାନ୍ତି ସାଧାରଣ ଲୋକେ ଏଥିସହ ଗୁଣିଗାରେଡି ଓ ବିଭିନ୍ନ କାରଣରୁ ସାମଜିକ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେବାକୁ ବସିଥିବା ବେଳେ ସେଥିରୁ ନିବୃତ୍ତ ରହି ପୁଲିସ୍କୁ ନିର୍ଭୟରେ ଖବର ଦେବା ପାଇଁ ଭଞ୍ଜନଗର ଆମପୁଲିସ ସମିତି ପକ୍ଷରୁ ଭେଜିପୁଟ୍ ଠାରେ ଏକ ସଚେତନା ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଓଲଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ଏସ୍ଆଇ ହରସି ଜେନା,ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗଦୀଶ ପାଣିଗ୍ରାହୀ,ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ପ୍ରେସ୍ କ୍ଳବ ସଭାପତି ଲୋକନାଥ କର,ଶିକ୍ଷାବିତ୍ ସନ୍ତୋଷ ଜେନା,ଧ୍ରୁବ ମହାରଣା,ରବି ନାରାୟଣ ମହାନ୍ତି,ବିଷ୍ଣୁପ୍ରିୟା ସେନାପତି,ସୁଶାନ୍ତ ମହାପାତ୍ର,ମହେଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ସାମିଲ ହୋଇଥିଲେ।