Odisha news

ଅଧ୍ୟୟନ ସହ ରାଜଯୋଗ ଅଭ୍ୟାସର ଆବଶ୍ୟକତା

0

ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ  : ପବିତ୍ର ଶିଶୁ ଦିବସ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାଖା ତରଫରୁ ଶାନ୍ତିସ୍ରୋତ ଭବନରେ ଶତାଧିକ କୁନି କୁନି ପିଲାମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଲୋକ ସୂଚନା ସଂପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଆଜିର ଶିଶୁ କାଲିର ଏକ ପ୍ରଗତିଶୀଳ ଦେଶର ଏକ ସୁନାଗରିକ, ତେଣୁ ଶୈଶବ ଅବସ୍ଥାରୁ ହିଁ ମାର୍ଜିତ, ସଂସ୍କାରିତ ହେବାକୁ ହେବ । ଏଥିପାଇଁ ଅଧ୍ୟୟନ ସହ ଆଧ୍ୟାତ୍ମିକତାକୁ ବି ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀରେ ଅଳ୍ପ ସମୟ ପାଇଁ ରଖିବା ଉଚିତ ବୋଲି ଶ୍ରୀ ଶତପଥୀ ସାର୍ କହିଥିଲେ । କେନ୍ଦ୍ର ସଞ୍ଚାଳିକା ସନ୍ତୋଷିନୀ ଭଉଣୀ ସ୍ଥିରଚିତ୍ତ, ସୁସ୍ଥ ମନ ଓ ଶରୀର ଗଠନ ପାଇଁ ରାଜଯୋଗ ଅଭ୍ୟାସର ଆବଶ୍ୟକତା ଜରୁରୀ, ଯାହା ଅଧ୍ୟୟନ କାର୍ଯ୍ୟର ମୂଳ ଭିତ୍ତିକୁ ସୁଦୃଢ କରେ ବୋଲି ସୁନ୍ଦର ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ନିଜ ବକ୍ତବ୍ୟରେ ପିଲାଙ୍କ ହୃଦୟକୁ ଜିଣିଥିଲେ । ଉପସ୍ଥିତ ଥିବା ସମସ୍ତ ପିଲା ନିଜର ଦକ୍ଷତାକୁ ନାଚ,ଗୀତ, ବକ୍ତବ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।

Leave A Reply