Odisha news

ଗୋଡିଆବୋରଦା ପଞ୍ଚାୟତକୁ ମରୁଡି ଘୋଷଣା ପାଇଁ ଦାବି କଲେ ଚାଷୀ 

0
ବୁଗୁଡା : ତା ୧୪/୧୧/୨୩ :  ବୁଗୁଡ଼ା ବ୍ଲକ ଅନ୍ତର୍ଗତ  ଗୌଡିଆବୋରଦା ପଞ୍ଚାୟତକୁ ମରୁଡି ଘୋଷଣା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଓ ଜଳସେଚନ ଅଭାବରୁ ଚାଷ ଉଜୁଡ଼ି ଯାଇଥିବା ବେଳେ ସେମାନେ ହତାଶ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେଣୁ କ୍ଷତି ପୂରଣ ପ୍ରଦାନ ସହ ଏହି ପଞ୍ଚାୟତକୁ ମରୁଡି ଘୋଷଣା କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।  ଏ ନେଇ ମଙ୍ଗଳବାର ଦିନ ବୁଗୁଡ଼ା ତହସିଲଦାର ଓ ବ୍ଲକ୍ କୃଷି ଅଧିକାରୀଙ୍କୁ ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନାରାୟଣ ସ୍ୱାଇଁ, ଅମର ସ୍ୱାଇଁ , ଅନିଲ ବେହେରାଙ୍କ ସହ ୩୦ରୁ ଉର୍ଦ୍ଧ ଚାଷୀ ଆଜି ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି  ।
Govt
Leave A Reply