ଭଞ୍ଜନଗର :-ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଙ୍କ ତତ୍ଵାବଧାନରେ ଭଞ୍ଜନଗର ବ୍ଲକ ଅଧିନସ୍ଥ ସମସ୍ତ ସରକାରୀ ଓ ସାହାଯ୍ୟପ୍ରାପ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ବିଷୟ ଅନୁଭୂତି ସମ୍ପର୍କିତ ଶିକ୍ଷକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କମ୍ପୁଟର ସଂଯୋଜକ ତଥା ପରିଚାଳକ ସୁଶୀଲ କୁମାର ସାହୁ ସାଧନକର୍ମୀ ଭାବେ ଯୋଗଦେଇ ଏହାର କାର୍ଯ୍ୟକାରିତା ଉପରେ ବ୍ୟବହାରିକ ବାସ୍ତବ ତଥ୍ୟ ଉପରେ ଦେଖାଇ କାର୍ଯ୍ୟକାରୀ କରିଥିଲେ l ବ୍ଲକ ର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲା l ଏଥିସହ ଆଗାମୀ 10 ତାରିଖ ଦିନ ପ୍ରଧାନଶିକ୍ଷକମାନଙ୍କ ମାସିକ ବୈଠକ ଶ୍ରୀ ରାଙ୍ଗୁ ପାତ୍ର ଉଚ୍ଚ ବିଦ୍ୟାଳୟ, ଦୋମୁହାଣୀ ଠାରେ ହେବାକୁ ଯାଉଥିବା ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ସରକାରଙ୍କ ବିଭିନ୍ନ ଶିକ୍ଷା ଯୋଜନା, ଗୁଣାତ୍ମକ ଶିକ୍ଷା, ପରୀକ୍ଷାପଦ୍ଧତି, ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ, ବାଇ ସାଇକେଲ ଯୋଜନା,5ଟି ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀଙ୍କ ଉପଯୋଗୀତା ପ୍ରଭୁତି ମାସିକ ବୈଠକରେ ଏହାକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ଉମାକାନ୍ତ ନାହାକ, କେଦାରନାଥ ସେଠୀ, ଦିଲ୍ଲୀପ ସ୍ୱାଇଁ, ସତ୍ୟବାନ ସାହୁ, ଲଷ୍ମୀ ପାତ୍ର, ଅଯୋଧ୍ୟାନାଥ ସାହୁ, ଇନ୍ଦିରାପ୍ରଭା ନାୟକ, ବୈଜନ୍ତିମାଳl ପ୍ରିୟଦର୍ଶିନୀ, ସରୋଜଲଷ୍ମୀ ଦାସ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, କାମରାଜୂ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ l