Odisha news

ସଚେତନତାର ଅଭାବ ପାଇଁ ବଢୁଛି ସାଇବର ଅପରାଧ ଭଞ୍ଜନଗରରେ ସାଇବର ସୁରକ୍ଷା ଅଭିଯାନ ରଥ      

0
ଭଞ୍ଜନଗର ,୦୮ /୧୦ ବର୍ତମାନ  ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବୃଦ୍ଧି ପାଇଛି | ସୋସିଆଲ ମିଡ଼ିଆକୁ କେହି ଭଲ ଉପାୟରେ ବ୍ୟବହାର କରୁଥିବା  ବେଳେ କେହି କେହି ଏହାର  ଅପବ୍ୟବହାର ମଧ୍ୟ କରୁଛନ୍ତି  | ଆଜିର ସମାଜରେ   ଅନେକ ସମୟରେ ସୋସିଆଲ ମିଡିଆରେ କାହାର କାହାର ବ୍ୟକ୍ତିଗତ ଫୋଟ ଏବଂ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗୁଛି | ଯାହା ବର୍ତମାନ ସମୟରେ ଅଧିକ ମାତ୍ରାରେ ବୃଦ୍ଧି ପାଇଛି | ତେବେ ସାଇବର ସୁରକ୍ଷା ଅଭିଯାନ
୨୦୨୩ ରେ   ଏହା  ଏକ ଠକେଇ ମଧ୍ୟ କୁହାଯାଇଛି | ସାଇବର ଅପରାଧ ରୋକିବା ପାଇଁ  ଓଡିଶା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ  ସହ ସଚେତନତା ରଥ ପ୍ରତ୍ୟକ ଥାନା ଇଲାକାରେ ବୁଲିବ ଏହି  ଅଭିଯାନ ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ ଥାନା ଅନ୍ତର୍ଗତ ଅଞ୍ଚଳର  ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ପହଞ୍ଚିଛି ସାଇବର ସୁରକ୍ଷା ସଚେତନ ରଥ   |ଥାନା  ଛକ ଠାରୁ ଏହି ଅଭିଯାନର ଏକ ରାଲି  ମାଧ୍ୟମରେ  ବହୁ  କଲେଜ  ଛାତ୍ର  ଛାତ୍ରୀ ,ବରିଷ୍ଠ ନାଗରିକ,ସ୍ବେଛାସେବୀ,ସାମ୍ବାଦିକ ଏବଂ ବିଭିନ୍ନ ମହଲର ସରକାରୀ କର୍ମଚାରୀ ଯୋଗ ଦେଇ ସହର ପରିକ୍ରମା  କରିବା ପରେ ସ୍ଥାନୀୟ ଜେଲ ପଡିଆ  ଠାରେ  ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  | ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି,ଭଞ୍ଜନଗର ଅତିରିକ୍ତ  ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ,ଆରକ୍ଷୀ ଅଧିକାରୀ ବିଶ୍ଵାମିତ୍ର ହରପାଲ,ଉତ୍ତର ବନଖଣ୍ଡ ଅଧିକାରୀ  ସୁଦର୍ଶନ ବେହେରା,ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ,ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ,ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମେତ ବୀଭିନ୍ନ କଲେଜର ଅଧ୍ୟାପକ  ଅଧ୍ୟାପିକା   ୟୁନିଅନ    ବ୍ୟାଙ୍କ ମ୍ୟାନେଜର ନିହାର ରଞ୍ଜନ   ପ୍ରଧାନ , ସାଇବର ସୁରକ୍ଷା ବାର୍ତ୍ତା ଦେଇଥିଲେ | ସଚେତନ ରଥ ଦ୍ୱାରା ଭୁବନେଶ୍ୱରରୁ ଆସିଥିବା କଳାକାରଙ୍କ ଦ୍ୱାରା ଏକ ନାଟକ ଏବଂ ବିଭିନ୍ନ ଗୀତ ମାଧ୍ୟମରେ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା | ମୋବାଇଲ ଦ୍ୱାରା ସାଇବର କିମ୍ବା   ବିଭିନ୍ନ ଠକେଇର ଶିକାର   ହଉଥିଲେ  ୧୯୩୦  ସହିତ   ଯୋଗାଯୋଗ  କରିବା ପାଇଁ ଅତିଥି  ଏମାନେ   ପ୍ରକାଶ  କରିଥିଲେ   ଏଥିସହ  ବିଭିନ୍ନ ଲିଙ୍କ   ମାଧ୍ୟମରେ  ସାଇବର ଅପରାଧୀ ମାନେ ଓଟିପି  ଦ୍ୱାରା ତାଙ୍କ  ଠକି ନେଉଥିବା  ସହ କିଛି  ବ୍ୟକ୍ତିଙ୍କ  ମୋବାଇଲକୁ ହେକ  କରି  ସମ୍ପୂର୍ଣ୍ଣ  ଟାହ୍ୟା  ନେଇଯାଇଥାନ୍ତି  ଏହାପରେ  ଅପରାଧୀ ମାନେ ମୋଟା ଟଙ୍କାର ଅର୍ଥ ଉପାର୍ଜନ କରିଥାନ୍ତି | ଏହି ସବୁ ଅପରାଧୀ କବଳରୁ ବଞ୍ଚିବାକୁ ହେଲେ ନିଜେ ସଚେତନ ହେବା  ସହ ଅଜଣା  ବ୍ୟକ୍ତିଙ୍କୁ   ନିଜର  ତଥ୍ୟ  ପ୍ରଦାନ  ନ କରିବା ପାଇଁ ପରାମର୍ଶ  ଦେଇଥିଲେ | ଏଥିସହ ଏହି ଭଳି ଅପରାଧର ଶିକାର ହେଉଥିଲେ ସଂଗେ ସଂଗେ ସାଇବର କ୍ରାଇମ ଥାନାରେ ଅଭିଯୋଗ କରିବା ପାଇଁ ସଚେତନ କରାଯାଇଛି |

Leave A Reply