ଭଂଜନଗର – କନ୍ଧମାଳ ରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ବେଳେ, ଭଂଜନଗର ଅବକାରୀ ବିଭାଗ ପକ୍ଷରୁ ଭଂଜନଗର ନିଧିଆପଲ୍ଲୀ ନିକଟରେ ଚଢ଼ାଉ । ୧୦ କିଲୋ ଗଞ୍ଜେଇ ଜବତ । ଏଥିରେ ସଂପୃକ୍ତ ଜଣେ ଚାଲାଣ କାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ପ୍ରକାରେ, ଗଞ୍ଜେଇ ଚାଲାଣ ହେଉଥିବା ସଂକ୍ରାନ୍ତରେ, ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଭଂଜନଗର – ଫୁଲବାଣୀ ମୁଖ୍ୟ ରାସ୍ତାର ମୁଜାଗଡ – ନିଧିଆପଲ୍ଲୀ ଛକରେ ଚାଲାଣ କାରୀ ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡ଼ି ନିକଟକୁ ଯାଇ ଯାଞ୍ଚ କରିଥିଲେ । ଗୋଟିଏ ବସ୍ତାକୁ ଯାଞ୍ଚ କରିବା ପରେ, ସେଥିରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲେ । ଚାଲାଣ କାରୀ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଗ୍ରାମର ବିଜୟା ମଲ୍ଲିକ । ତାଙ୍କୁ ଗିରଫ କରିବା ସହ ଅବକାରୀ ବିଭାଗ ପକ୍ଷରୁ ୭୫/୨୪-୨୫ ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତକାରୀ ଅବକାରୀ ଥାନାଧିକାରୀ ଡମ୍ବରୁଧର ହରିଜନ ତଦନ୍ତ ଚଳାଇଥିବା ବେଳେ ଏସଆାଇ ଅଲ୍ଲିଭା ମାଝି, ଏଏସଆଇ -ବହୁମୂଲ୍ୟ ପରିଛା, ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ ।