Odisha news

ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା ୨୦୨୫ ପ୍ରକାଶିତ 

0
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡରେ *୧୧୫୫ ବୁଥ*  ସ୍ତରୀୟ ଅଧିକାରୀମାନଙ୍କ  ଦ୍ୱାରା  ଚୂଡାନ୍ତ  ଭୋଟର ତାଲିକା  2025 ପ୍ରକାଶିତ  କରାଗଲା l ଉପଖଣ୍ଡ  ସ୍ତରରେ ଉପଜିଲ୍ଲାପାଳ ଦୀନା ଦସ୍ତଗୀର  ଏହି  ଭୋଟର  ତାଲିକାକୁ ସର୍ବ ସାଧାରଣ ନିମନ୍ତେ  ପ୍ରକାଶିତ କରାଗଲା l ଏହି ଭୋଟର ତାଲିକାର ମୋଟ *୮୯୮୮୪ ଜଣ* ତାଲିକାଭୁକ୍ତ କରାଗଲେ l ଏହି ଭୋଟର ତାଲିକାରୁ  *୫୧୯୯ ଜଣ*  ବାଦ ଦିଆଗଲା l ଏହା ଗଲା *୦୬.୦୧.୨୦୨୪ ରୁ ୧୮.୧୨.୨୦୨୪* ପର୍ଯ୍ୟନ୍ତ ଚାଲୁଥିଲା I ଏହି  ତଥ୍ୟ ବ୍ରହ୍ମପୁର ଉପଖଣ୍ଡର  ସମସ୍ତ  ନର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ଅଟେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ଡେପୁଟି କଲେକଟର ଶ୍ରୀ  ସୁବ୍ରତ ରାମଭିରାମ ଶତପଥି  ଏବଂ ନିର୍ଵାଚନ ବିଭାଗର  ବରିଷ୍ଠ ରାଜସ୍ବ ସହାୟକ  ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ  ଅଧିକାରୀଗଣ ଉପସ୍ଥିତ ଥିଲେ I
Leave A Reply