ଭଞ୍ଜନଗର,୨୯/୦୪(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମରେ ଶଶୀ ଗୌଡ଼ (୭୮) ବର୍ଷ ବୟସରେ ଗତ ୨୬ ତାରିଖ ଦିନ ପରଲୋକ ହେଇଯାଇଛି।ସ୍ବର୍ଗତ ଶଶୀ ଗୌଡ଼ ଙ୍କ ମୃତ୍ୟୁ ବେଳକୁ ତିନି ପୁଅ ଓ ତିନି ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ବର୍ଗତ ଶଶୀ ଗୌଡ଼ ଜଣେ ପରୋପକାରୀ ଓ ଧର୍ମ ପରାୟଣ ମହିଳା ଥିଲେ। ତାଙ୍କର ମୃତ୍ୟୁ ରେ ମୁଜାଗଡ଼ ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା।