ଭଞ୍ଜନଗର,୨୪/୦୪(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ ଭଞ୍ଜନଗର ବାଇପାସ ରୋଡ଼ ସ୍ଥିତ ସୂର୍ଯ୍ୟମଣି ନାୟକ (୭୦) । ସୂଚନା ଅନୁସାରେ,ସ୍ବର୍ଗତ ନାୟକ ଭଞ୍ଜନଗର ଥାନାରେ ମଙ୍ଗଳବାର ରାତ୍ର ସମୟରେ ଚେୟାର ରେ ବସି କିଛି ଫାଇଲ କାଯ୍ୟ ଲେଖାଲେଖି କରୁଥିବା ସମୟରେ ହଠାତ ତଳେ ପଡି ଯାଇଥିଲେ। ଥାନା କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ କେସ ନଂ ୧୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କୁମର ମୁଦୁଲି କହିଛନ୍ତି। ପ୍ରକାଶ ଥାଉକି,ସ୍ବର୍ଗତ ନାୟକ ସବ ଇନ୍ସପେକ୍ଟର ଭାବେ ଅବସର ଗ୍ରହଣ ପରେ ଭଞ୍ଜନଗର ଥାନାରେ ଆସ୍ଥାୟୀ ଭାବେ କାଯ୍ୟ କରି ଆସୁଥିଲେ।