ଭଞ୍ଜନଗର,୧୫/୦୩ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଉତ୍ତର ଘୁମୁସର ବନଖଣ୍ଡ ରେ ନୂତନ ରୂପେ ଯୋଗ ଦେଇଥିବା ବାନାଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦେଶ କ୍ରମେ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟ ଆର୍ଥିକ ବ୍ୟୟ ବରାଦରେ କେନ୍ଦ୍ରିୟ ବନାଞ୍ଚଳ ଅଧିନସ୍ଥ ରାମପଲ୍ଲୀ, ଗୁଡ଼ିଆମ୍ବା, କାଳିଆମ୍ବା, ବାଘୁଆପଲ୍ଲୀ, ରଙ୍ଗାବାଲି ଓ ପର୍ଶୁଲୁଣ୍ଡା ଗ୍ରାମରେ ଚଳିତ ବର୍ଷର ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ପାଇଁ ସ୍ଥାନୀୟ ଓ ଅତିଥି କଳାକାରମାନଙ୍କୁ ନେଇ ଦାସକାଠିଆ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ କରାଯାଇଥିଲା.ଏହି ଅବସରରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀଙ୍କ ତୱାବଧାନରେ ପ୍ରକଳ୍ପ କର୍ମୀ ନାଟ୍ୟକାରମାନଙ୍କୁ ଗ୍ରାମକୁ ଗ୍ରାମ ଭ୍ରମଣ କରାଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଛନ୍ତି