Odisha news

ବଡକୋଦଣ୍ଡା ହାଇସ୍କୁଲରେ ଅନ୍ତର୍ଯ୍ୟlତୀୟ ମାତୃଭାଷା ଦିବସ

0

ଭଞ୍ଜନଗର :୨୧/୦୨ ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ଅନ୍ତର୍ଯ୍ୟlତୀୟ ମାତୃଭାଷା ଦିବସ ପାଳନ କରାଯାଇଛି l ଆମ ମାତୃଭାଷା ଓଡ଼ିଆ ପ୍ରତି ସଂମାନ ପ୍ରଦର୍ଶନ ସହ ଓଡ଼ିଆ ଭାଷାକୁ ବହୁଳ ପ୍ରଚାର, ପ୍ରସାର ଓ ବ୍ୟବହାର ଉପରେ ଗୁରୁତ୍ୱ ଦେବାପାଇଁ ମତ ପ୍ରକାଶ ପାଇଥିଲା l ଓଡ଼ିଆଭାଷାର ରାଷ୍ଟ୍ରୀୟ ମାନ୍ୟତା ତାର ସ୍ୱତନ୍ତ୍ରତା ଓ ପ୍ରାଚୀନତା ରହିଥିବା ଏଥିରୁ ଅନୁମେୟ l ଓଡ଼ିଆ ଭାଷାର ସେହି କାଳଜୟୀ ସାହିତ୍ୟିକ, କବି, ଲେଖକ ଓ ଭାଷାବିତଙ୍କ ପାଇଁ ଆମେ ଆଜି ଆମର ସ୍ୱତନ୍ତ୍ର ପରିଚୟ ପାଇଛେ l ଏଥିପାଇଁ ଆମେ ଗର୍ବରେ ଆମେ ଓଡ଼ିଆ ବୋଲି କହି ପାରୁଛେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଆ ଭାଷାର ବହୁଳ ବ୍ୟବହାର ଓ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଏକ ଶପଥ ପାଠ କରାଯାଇଥିଲା l ଶେଷରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ସହଯୋଗ କରିଥିଲେ l
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Leave A Reply